ହେଡଲାଇନସ୍:

ନୂତନ ନର୍ସରୀ ଉଦ୍ଘାଟନ କଲେ ରାଜ୍ୟସଭା ସାଂସଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ଶାସକ ପ୍ରଶାସକ :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଉମାଦେଇପୁର ପଂଚାୟତ କେଣ୍ଡୁମୁଣ୍ଡି ଗ୍ରାମର ଅନନ୍ତ କୁମାର ମହନ୍ତ ଙ୍କ ସୁ ପୁତ୍ର ଇଂ ଅଶ୍ୱନୀ କୁମାର ମହାନ୍ତ ଜଣେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଚାକିରୀ ଛାଡ଼ି ଚାଷ ଉପରେ ଉଦ୍ୟୋଗ କରି ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଥିବା ବେଳେ ଏକାଧିକ ଲୋକ ମାନଙ୍କୁ ରୋଜଗାର କ୍ଷମ କରି ପାରିଛନ୍ତି । ସୂଚନା ମୁତାବକ ପ୍ରଥମେ ମାଛ ଚାଷ କରି ଜିଲ୍ଲା ତଥା ରାଜ୍ୟର ଅନେକ ପୁରସ୍କାର ପ୍ରାପ୍ତ କରିଛନ୍ତି ଅଶ୍ଵନି। ଆଜି ପୁଣି ତାଙ୍କ ପତ୍ନୀ ଦେବଯାନୀ ମହନ୍ତଙ୍କ ତତ୍ୱାବଧାନରେ ଏକ ନୂତନ ନର୍ସରୀ ଉଦ୍ଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ ।ତେବେ ବିଭିନ୍ନ ପ୍ରକାର ଉନ୍ନତ ମାନର ଫଳଗଛ ସହିତ ଫୁଲଗଛ ନର୍ସରୀରେ ଦେଖିବାକୁ ମିଳିଥିଲା ।

ଆଜିକା ଦିନରେ ବେରୋଜଗାର ଚାରିଆଡ଼େ ବେକାର ସମସ୍ୟା ଦେଖାଯାଉ ଥିବା ବେଳେ ଶିକ୍ଷିତ ଯୁବକ ଯୁବତୀମାନେ ଚାକିରୀ ପଛରେ ନ ପଡି ନିଜେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଏହି ନର୍ସରୀ ଏକ ପ୍ରେରଣା ନିଶ୍ଚିତ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସାଂସଦ ମମତା ମହାନ୍ତ, ମୁଖ୍ୟ ବ୍ୟକ୍ତା ଜିଲ୍ଲା କୃଷି ଅଧିକାରୀ (ମୟୂରଭଞ୍ଜ ) ତରୁଣ ଛତ୍ର , ବାଙ୍ଗିରିପୋଷି ଏ .ଡି .ଓ . ହେମନ୍ତ ଜେନା, ସାରସକଣା ବ୍ଳକ୍ ଅଧ୍ୟକ୍ଷା ତୁଳସୀ ସିଂ, ସାରସକଣା ସହକାରୀ ମତ୍ସ୍ୟ ଅଧିକାରୀ ମନୋଜ କୁମାର ବେହେରା ଓ ବାଙ୍ଗିରିପୋଷି ସହକାରୀ ମତ୍ସ୍ୟ ଅଧିକାରୀ ବନାନୀ ମହାନ୍ତ ଏବଂ ବାଙ୍ଗିରିପୋଷି ଭି .ଏଲ. ଡବଲ୍ୟୁ. ପ୍ରମୁଖ ଯୋଗ ଦେଇଥିଲେ। ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ ।

0
0
0
s2sdefault