ହେଡଲାଇନସ୍:

ବନବିଭାଗ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢ଼େଙ୍କାନାଳ / ରବିନ୍ ଦାସ ; କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କୀର୍ତ୍ତନପୁର ରେଞ୍ଜ କନ୍ଧରା ଗ୍ରାମ ଫରେଷ୍ଟ ବିଟ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ପଶ୍ମିମାଞ୍ଚଳ ବନବିଭାଗ , ଢ଼େଙ୍କାନାଳ ଜିଲ୍ଲା ବନଖଣ୍ଡ ଓ କଳିଙ୍ଗ ଚକ୍ଷୁ ହସ୍ପିଟାଲ ସହାୟତା ରେ ଅନୁଷ୍ଠିତ ହୋଇଯାଇଛି ଏହି ଶିବିର । ଚକ୍ଷୁ ପରୀକ୍ଷା କରି ମାଗଣା ଚଷମା ବିତରଣ ଓ ମୋତିଆବିନ୍ଦୁ ଚିହ୍ନଟ କରି କଳିଙ୍ଗ ଚକ୍ଷୁ ହସ୍ପିଟାଲ କୁ ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା । ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ରେଞ୍ଜର ଶ୍ରୀ କୈଳାସ ଚନ୍ଦ୍ର ସାହୁ ଶିବିରକୁ ଉଦଘାଟନ କରିଥିଲେ । ଫରେଷ୍ଟର ହିମାଂଶୁ ଶେଖର ଟୁଡୁ, ଶ୍ରୀମତୀ ପଣ୍ଡା ଓ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ । ବନବିଭାଗର ଏପରି କାର୍ଯ୍ୟକୁ ଅଞ୍ଚଳ ବାସି ପ୍ରଶଂସା କରିବା ସହିତ କଳିଙ୍ଗ ଚକ୍ଷୁ ହସ୍ପିଟାଲ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault