ହେଡଲାଇନସ୍:

୧୧ରେ କଲେଜ ଭୋଟ :  ଦିନ ଗଡୁଛି, ଉସ୍ମତା ବଢୁଛି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାଜ୍ୟର ବିଭିନ୍ନ କଲେଜ ରେ ଆସନ୍ତା ୧୧ ତାରିଖରେ ଚଳିତ ବର୍ଷ ର ଛାତ୍ର ସଂସଦ ର ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ବିଭିନ୍ନ କଲେଜ ସରଗରମ ହେଉଥିବାବେଳେ ଗୁଣପୁର କଲେଜ ରେ ମଧ୍ୟ ଏହା ର ପ୍ରତିରୂପ ଅନୁଭୂତ ହେଉଛି । ଗୁଣପୁର ମହାବିଦ୍ୟାଳୟ ଠାରେ ସକାଳ ୮ ଘଣ୍ଟା ରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ମାନଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ନାମାଙ୍କନ ପତ୍ର ଦାଖଲ ସାରିଥିବା ବେଳେ ଆଜି ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ  | ଗତକାଲି ଅପରାହ୍ନ ୨ ଟା ରୁ ୪ ଘଟିକା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହୋଇଥିଲା । ଚୂଡାନ୍ତ ପ୍ରାର୍ଥୀ ତାଲିକା ୪ ତାରିଖ ଗୁରବାର ପ୍ରକାଶ ପାଇବ । ଅଧକ୍ଷ ଙ୍କ ତତ୍ୱାବଧାନ ରେ ୩ ଜଣ ନିର୍ବାଚନ ଅଧିକାରୀ ଶ୍ରୀ ଶଶୀଭୂଷଣ ମହାନ୍ତି , ଶ୍ରୀ ଜବାହାର ଚୌଧୁରୀ ଏବଂ ଶ୍ରୀ ଗଣେଶ୍ବର ଶତପଥି ନିର୍ବାଚନୀ କାର୍ଯ୍ୟକୁ ପରିଚାଳନା କରିଥିଲେ । ଗୁଣପୁର ମହାବିଦ୍ୟାଳୟ ରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସଭାପତି , ଉପ ସଭାପତି , ସମ୍ପାଦକ , ଯୁଗ୍ମ ସମ୍ପାଦକ , ଡ୍ରାମାଟିକ ସମ୍ପାଦକ , ସାଂସ୍କୃତିକ ସମ୍ପାଦକ ଓ କ୍ରୀଡା ସମ୍ପାଦକ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ମୁଖ୍ୟ ପଦ ପଦବୀ ମଧ୍ୟରୁ ସଭାପତି ପଦବୀ ନିମନ୍ତେ ୪ ଜଣ , ଉପ ସଭାପତି ନିମନ୍ତେ ଜଣେ ଓ ସମ୍ପାଦକ ନିମନ୍ତେ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟତ୍ର ବିଭିନ୍ନ  ପଦ ପଦବୀ ନିମନ୍ତେ ସମୁଦାୟ ୧୭ ଗୋଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ପ୍ରକାଶ ଥାଉକି , ଆସନ୍ତା ୧୦ ତାରିଖ ବୁଧବାର ଦିନ " ମୁଁ କଣ ପାଇଁ ପ୍ରତିଦ୍ବନ୍ଦିତା କରୁଛି " ଏହି ବିଷୟ ନେଇ ଏକ ସଭା ଅନୁଷ୍ଠିତ ହେବ । ୧୧ ତାରିଖ ସକାଳ ୮ ଘଣ୍ଟା ସମୟ ରୁ ଅପରାହ୍ନ ୨ ଘଣ୍ଟା ସମୟ ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଭୋଟ ଗଣତି ସହ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।  ୧୨ ତାରିଖ ଦିନ ନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ ବୋଲି ଗୁଣପୁର ମହାବିଦ୍ୟାଳୟ ର ନିର୍ବାଚନ ଅଧିକାରୀ ବୃନ୍ଦ ସୂଚନା ଦେଇଥିଲେ ।

0
0
0
s2sdefault