ଭୁବନ, ଢେ଼ଙ୍କାନାଳ ।ଅବିନାଶ ସାଥୁଆ ମହାପାତ୍ର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏକ ସ୍ୱତନ୍ତ୍ର ଗସ୍ତ କରି ଆଜି ଅପରାହ୍ନ ରେ ଭୁବନ ରେ ପହଞ୍ଚିଥିଲେ । ଭୁବନ ଟାଉନ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରାରମ୍ଭରେ ଶ୍ରୀଯୁକ୍ତ ପଟ୍ଟନାୟକ ଭୁବନ କାଳିବଜାର ସ୍ଥିତ ବାଜିରାଉତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ପରେ ସଭାପତି ଶ୍ରୀ ପଟ୍ଟନାୟକ କିଛି ସମୟ ସାଧାରଣ ଜନତାଙ୍କ ସହିତ ଆଲୋଚନା କରିବା ସହିତ କଂଗ୍ରେସ କର୍ମୀ ମାନଙ୍କ ସହିତ ଭାବବିନିମୟ କରି ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ ଙ୍କ ସମେତ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା ସମ୍ପାଦକ ବିନୋଦ ମହାରଣା, କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁ, ଭୁବନ ବ୍ଲକ ସଭାପତି ଭାଗିରଥି ଜେନା, ଭୁବନ ର ପୂର୍ବତନ ନଗରପାଳ ଯୁଧିଷ୍ଠିର ସାହୁ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।








