ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପୋଷଣ ମାସ ଉତ୍ସବ ପାଳିତ
ଭୁବନେଶ୍ୱର(ଶାସକ ପ୍ରଶାସକ):ପୋଷଣ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଆଜି ଅଗ୍ରଣୀା ପୁଷ୍ଟି ସାଧନକୁ ଗୁରୁତ୍ୱ ଦେଇ ପ୍ରତି ବର୍ଷ ସେପେଫମ୍ବର ମାସ କୁ ପୋଷଣ ମାସ ଭାବେ ପାଳନ କରାଯାଏା ଚଳିତ ବର୍ଷ ମହିଳା ଓ ଶିଶୁ ବିକାଶ ତରଫରୁ ଏହି ପୋଷଣ ମାସକୁ ଅତି ଯନି ସହକାରେ ପାଳନ କରାଯାଇଛିା ଭୁବନେଶ୍ୱର ସ୍ଥିତ ଗୃହ ଅର୍ଥନୀତି ତାଲିମ୍ କେନ୍ଦ୍ର(ଏଚଇଟିସି)ରେ ଆୟୋଜିତ ଏହି ପୋଷଣ ମାସ ସମାପ୍ତି ଉତ୍ସବରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ପୋଷଣ ସ୍ଥିତିକୁ ଦୃଢ କରିବା ପାଇଁ ଆମ ରାଜ୍ୟରେ ତଥା ସମଗ୍ର ଦେଶରେ ପ୍ରଥମ କରି ଅତି ଗୁରୁତ୍ୱପୂର୍ଣ୍ଣ "ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା' ଓ "ପଡା ପୁଷ୍ଟି କାର୍ଯ୍ୟକ୍ରମ'କୁ ଆରମ୍ଭ କରାଯାଇଛିା ଏହା ବ୍ୟତୀତ ଅଙ୍ଗନବାଡିର ସଫଳ ରୂପାନ୍ତରଣ ଓ ପ୍ରତ୍ୟେକ ମାସରେ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ କରାଯାଇ ଜନସଚେତନତା ସୃଷ୍ଟି କରାଯାଉଛିା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ପ୍ରଥମ କରି ପୋଷଣ ବଜେଟ ପ୍ରସ୍ତୁତ କରାଯାଇଛି ଓ ପୁଷ୍ଟିସାଧନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରିଛିା
ପୋଷଣର ଉନ୍ନତିରେ ହିଁ ସମଗ୍ର ରାଜ୍ୟର ଉନ୍ନତି ସାଧିତ ହେଇପାରିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ମତବ୍ୟକ୍ତ କରିଲୋ ୫-"ଟି' ମନ୍ତ୍ରକୁ ଆଧାର କରି ହିତାଧିକାରୀମାନେ ପୋଷଣ ଖାଦ୍ୟ ଓ ମମତା ଯୋଜନା ଲାଭ ସହଜରେ ପାଇପାରୁଛନ୍ତିା ପଡା ପୁଷ୍ଟି କାର୍ଯକ୍ରମରେ ସମଗ୍ର ରାଜ୍ୟର ପାଖାପାଖି ଦୁଇ ହଜାର ଅଗମ୍ୟ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି ଯଥା ମୋ ଛତୁଆ ଓ ଅଣ୍ଡା ଭଳି ୩୨ ଲକ୍ଷରୁ ଅଧିକ କାର୍ଯକ୍ରମକୁ ତ୍ୱରାନିତ କରାଯାଉଛିା
ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲାସ୍ତରୀୟ ସମାଜ କଲ୍ୟାଣ ଅଧିକାରୀଗଣ (ଡ଼ିଏସଡବ୍ଲ୍ୟୁଓ) ନିଜ ନିଜ ଜିଲ୍ଲାରେ ପୁଷ୍ଟିଭିତ୍ତିକ ଉତ୍ତମ ଅଭ୍ୟାସ ବାବଦରେ ଆଲୋଚନା କରିଥିଲୋ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା ଓ ପଡା ପୁଷ୍ଟି କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ଦର୍ଶାଇ ଏକ ଭିଡିଓ ମଧ୍ୟ ପ୍ରଦର୍ଶନ କରାଯାଇଛିା ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ଅନ୍ୟ ଗୁରୁତ୍ୱପୁର୍ଣ୍ଣ ବିଭାଗ ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡକଫର ଦୀନବନ୍ଧୁ ପଣ୍ଡା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ ଡକଫର ମୋନାଲିସା ଲେଙ୍କା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୌରାଙ୍ଗ ଚରଣ ସ୍ୱାଇଁ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ଗିରିଶ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲୋ ଏହା ଛଡା ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବଗଣ ଯଥା ଶ୍ରୀମତୀ ଗୀତରାଣୀ ପଟ୍ଟନାୟକ, ଶ୍ରୀ ନିତ୍ୟାନନ୍ଦ ବାରିକ, ଶ୍ରୀ ସମ୍ବିତ ନାୟକ ଓ ରାଜ୍ୟ ପୋଷଣ ପରମର୍ଶଦାତା ଦୀପାଳି ଦାଶ ମଧ୍ୟ ଉପସ୍ଥିତ ଥିଲୋ
ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଏନ. ସି. ଜ୍ୟୋତିରଞ୍ଜନ ନାୟକ ସ୍ୱାଗତ ଭାଷଣ ଦେବା ସହ ଉତ୍ସବ ଶେଷରେ ମହିଳା ଓ ଶିଶୁ ବିକାଶ ବିଭାଗର କର୍ମକର୍ତ୍ତା ଓ ପ୍ରତି ଜିଲ୍ଲାରୁ ଆସିଥିବା ସମସ୍ତ ଅତିଥି ଓ ମାନ୍ୟଗଣ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲୋ








