ହେଡଲାଇନସ୍:

ଜ୍ଞାନ ପ୍ରକାଶ ଗଜପତି ଶାଖା ତରଫରୁ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜ୍ଞାନ ପ୍ରକାଶ , ଗଜପତି ଶାଖା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ଶ୍ରୀ ଜ୍ଞାନଚାନ୍ଦ ଶତପଥୀ , ସହ ସମ୍ପାଦିକା ଶ୍ରୀମତୀ ଅମ୍ବିକା ସ୍ୱାଇଁ , ସଂପାଦିକା , ଜ୍ଞାନ ପ୍ରକାଶ , ଗଜପତି , ଅଧ୍ୟାପିକା ଡ଼. କଲ୍ୟାଣୀ ମିଶ୍ର , ସଂପାଦିକା , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା , ଶିକ୍ଷାବିତ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ଅମୂଲ୍ୟ କୁମାର ଦାସ , ଜୋନ୍ ମୁଖ୍ୟ , ଜ୍ଞାନ ପ୍ରକାଶ , ବ୍ରହ୍ମପୁର ପ୍ରମୁଖ ମଞ୍ଚାସୀନ ହୋଇ ଜ୍ଞାନ ପ୍ରକାଶର ଆଲେଖ୍ୟ ଉପରେ ଦୃଷ୍ଟିପାତ କରିବା ସହ ସାହିତ୍ୟ ଓ ସଂସ୍କୃତି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପ୍ରକାଶ କରିଥିଲେ।
ଏହି ଅବସରରେ ଗଜପତି , ଗଞ୍ଜାମ , ରାୟଗଡା , ବୌଦ୍ଧ , ଖୋର୍ଦ୍ଧା , ପୁରୀ , ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାର କବି , କବୟତ୍ରୀ ମାନେ ନିଜ କବିତା ପାଠ କରିଥିଲେ। ଏହାକୁ ସଂଯୋଜନା କରିଥିଲେ ଶ୍ରୀମତୀ ମୀନା କୁମାରୀ ଟହଲ , ଶ୍ରୀ ଜୟ କୁମାର ମିଶ୍ର , ଶ୍ରୀମତୀ ବବିତା ପୁରୋହିତ ଓ ଡ. କଲ୍ୟାଣୀ ମିଶ୍ର।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ଇତିଶ୍ରୀ ମହାପାତ୍ର , ମନୋଜ କୁମାର ପାଢ଼ୀ , ଶୁଭ୍ରାଂଶୁ ପଟ୍ଟନାୟକ ଓ ରାଜେନ୍ଦ୍ର ରଥ ପ୍ରମୁଖ ପରିଚାଳନା କରିଥିଲେ।

0
0
0
s2sdefault