ହେଡଲାଇନସ୍:

‘ଶ୍ରଦ୍ଧା’ ପ୍ରତି ରାଜ୍ୟ ସରକାରଙ୍କ ଏତେ ଶ୍ରଦ୍ଧା କାହିଁକି? : ବସନ୍ତ ପଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଶାସକ ଦଳ ଭୟଭିତ ହୋଇ ଚିତ୍କାର କରୁଛନ୍ତି

  •  ‘ଶ୍ରଦ୍ଧା’ର କଥା ଲୋକଲୋଚନକୁ ଆଣନ୍ତୁ, ନହେଲେ ଗୁମାସ୍ତାଙ୍କ ଦ୍ୱାରା ପରିଚାଳିତ ହେଉଥିବା ମୁଖ୍ୟମନ୍ତ୍ରୀ ଦାୟୀତ୍ୱରୁ ମୁକ୍ତ ହୁଅନ୍ତୁ

  •  “ଶ୍ରଦ୍ଧା ଓ ଡାଲି” ଦେଖିକି ବାଚସ୍ପତି ମହୋଦୟା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କୁ ପବିତ୍ର ବିଧାନସଭାରୁ ନିଲମ୍ବିତ କରିବା ଇତିହାସରେ ଏକ ବିରଳ ଘଟଣା

  •  ବିରୋଧୀ ଦଳ ନେତାମାନଙ୍କୁ ବାରମ୍ବାର ଅସମ୍ମାନ କରୁଛନ୍ତି ଶାସକ ଦଳ

  •  ବିଭିନ୍ନ ଅଭିଯୋଗରେ ସଂପୃକ୍ତ ଥିବା ଶାସକ ବିଜେଡି ଦଳର ଦୋଷୀ ଓ ଆରୋପୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏତେ ଶ୍ରଦ୍ଧା କାହିଁକି ?

ଭୁବନେଶ୍ୱର, ତା.୨୯/୦୯ : ଆମେ ଲୋକଙ୍କୁ ସ୍ନେହ ଓ ଶ୍ରଦ୍ଧା ମାଗୁଛୁ, କିନ୍ତୁ ସେଇ “ଶ୍ରଦ୍ଧା” କଥା ଶୁଣିଲେ ବିଳି ବିଳାଉଛି ବିଜୁ ଜନତା ଦଳ । ରାଜ୍ୟ ସରକାର “ଶ୍ରଦ୍ଧା”ନାଁ ଧରିଲେ ଡରୁଛନ୍ତି । ଡାଲି ଖାଇଲେ ଚଳିବ, କିନ୍ତୁ ଡାଲି ଦେଖିଲେ ଭୟଭୀତ ହେଉଛନ୍ତି ବାଚସ୍ପତି । ଦାନ୍ତ ନଥିବା “ଶ୍ରଦ୍ଧା ଓ ଡାଲି” ଆଜି ଶାସକ ଦଳର ମନ୍ତ୍ରୀ, ବିଧାୟକ ଏବଂ ନେତାଙ୍କୁ କାମୁଡି ଦେଇଛି । ଶାସକ ଦଳ ଭୟଭିତ ହୋଇ ଚିତ୍କାର କରୁଛନ୍ତି ବୋଲି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, “ଶ୍ରଦ୍ଧା ଓ ଡାଲି” ଦେଖିକି ବାଚସ୍ପତି ମହୋଦୟା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କୁ ପବିତ୍ର ବିଧାନସଭାରୁ ନିଲମ୍ବିତ କରିଛନ୍ତି, ଏହା ଇତିହାସରେ ଏକ ବିରଳ ଘଟଣା । ଓଡ଼ିଶାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ବୋଲି ଶାସକ ଦଳର ନେତାମାନେ ଡିଣ୍ଡିମ ପିଟୁଛନ୍ତି, ତାହାଲେ ବିରୋଧୀଙ୍କ ପ୍ରଶ୍ନରେ ଉତର ନଦେଇ କାହିଁକି ପଳାୟନ କରୁଛନ୍ତି? “ଶ୍ରଦ୍ଧା” ନାମ ଧରିଲେ ଶାସକ ଦଳ ବିଳିବିଳାଉଛି ଏବଂ ବିରୋଧୀ ଦଳର ବିଧାୟକଙ୍କ ପ୍ରତି ଆକ୍ରୋଶମୁଳକ ବ୍ୟବହାର କରୁଛନ୍ତି । ବିରୋଧୀ ଦଳ ନେତା ଯେତେବେଳେ “ଶ୍ରଦ୍ଧା”ର କଥା କହିଲେ, ସେତେବେଳେ ଶାସକ ଦଳର ମନ୍ତ୍ରୀମଣ୍ଡଳ ସମ୍ପୂର୍ଣ୍ଣ ଆତଙ୍କିତ, ବିଚଳିତ ଓ ଭୟଭୀତ ହୋଇଯାଇଥିଲେ । ବାସ୍ତବରେ ଏହି ଶ୍ରଦ୍ଧା କିଏ ଏବଂ ଶ୍ରଦ୍ଧା ପ୍ରତି ରାଜ୍ୟ ସରକାରଙ୍କ ଏତେ ଶ୍ରଦ୍ଧା କାହିଁକି? ସେ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ୍ ସିଟି କାହିିଁକି ଓ କେଉଁ ଉଦ୍ଦେଶ୍ୟରେ ଯାଇଥିଲେ? ମୁଖ୍ୟମନ୍ତ୍ରୀ କାହିଁକି ଅଣଓଡ଼ିଆ ମହିଳା “ଶ୍ରଦ୍ଧା”କୁ ଭାଟିକାନ ସିଟିକୁ ସାଙ୍ଗରେ ନେଇଥିଲେ? ଦୈନନ୍ଦିନ କାମ କ’ଣ କରୁଥିଲେ, ତାଙ୍କର ଟିକେଟ୍ କିଏ ଦେଲା, ମୁଖ୍ୟମନ୍ତ୍ରୀଙ୍କ ସହ କିପରି ପରିଚିତ ହେଲେ, ଏହାର ଉତର ପାଇବାକୁ ସାଢ଼େ ଚାରିକୋଟି ଓଡ଼ିଆ ଅପେକ୍ଷା କରି ବସିଛନ୍ତି । ‘ଶ୍ରଦ୍ଧା’ର କଥା ଲୋକଲୋଚନକୁ ଆଣନ୍ତୁ, ନହେଲେ ଗୁମାସ୍ତାଙ୍କ ଦ୍ୱାରା ପରିଚାଳିତ ହେଉଥିବା ମୁଖ୍ୟମନ୍ତ୍ରୀ ଦାୟୀତ୍ୱରୁ ମୁକ୍ତ ହୁଅନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ବିରୋଧୀ ଦଳ ନେତାମାନଙ୍କୁ ବାରମ୍ବାର ଅସମ୍ମାନ କରୁଛନ୍ତି ଶାସକ ଦଳ । ଶାସକ ଦଳ କୌଣସି ପ୍ରସଙ୍ଗ ଉଠାଇଲେ ସ୍ୱାଧିକାର ଭଙ୍ଗ ନାଁରେ ବିଭିନ୍ନ ବିଶୃଙ୍ଖଳା କରି ବିରୋଧୀ ଦଳ ନେତାଙ୍କୁ ପାଗଳ ଓ ତାଙ୍କ ବକ୍ତବ୍ୟକୁ ପ୍ରଳାପ ବୋଲି କହୁଛନ୍ତି । ବିରୋଧୀ ଦଳ ନେତାଙ୍କ ପ୍ରତି ଆକ୍ରୋଶମୂଳକ ବ୍ୟବହାର ଓ ଆଚରଣ ପ୍ରଦର୍ଶନ କରୁଛନ୍ତି ଶାସକ ବିଜେଡି ଦଳ । ବାଚସ୍ପତି ଜଣେ ଜଜ୍‌ଙ୍କ ଭଳି ଏବଂ ସେ ନିରପେକ୍ଷତା ଅବଲମ୍ବନ କରିବା ଉଚିତ୍ । କିନ୍ତୁ ଦୁର୍ଭାଗ୍ୟର ବିଷୟ ବର୍ତମାନର ବାଚସ୍ପତି ନିରପେକ୍ଷ ନୁହଁନ୍ତି । ବିଧାନସଭାରେ “ଡାଲି”ଦେଖି ବିଚଳିତ ହେଉଛନ୍ତି ବାଚସ୍ପତି । ଡାଲି କିଣାରେ ଦୁର୍ନୀତି, ଅନିୟମିତତା ପାଇଁ ୨୦୧୧ରେ ତାଙ୍କର ମନ୍ତ୍ରୀପଦ ଚାଲିଯାଇଥିଲା । ଆଜି ସେହି ଡାଲି ଦେଖି ଦୁଇ ଜଣ ବିଜେପି ବିଧାୟକଙ୍କୁ ସସ୍‌ପେଣ୍ଡ କରିଦେଇଛନ୍ତି । ଯଦି ଡାଲିକୁ ଏତେ ଡର, ତାହେଲେ ବାଚସ୍ପତି ଏବଂ ଶାସକ ବଜେଡିର ନେତା ଓ ମନ୍ତ୍ରୀ ଡାଲି ଖାଇବା ଛାଡିଦିଅନ୍ତୁ । ଏହା ଦ୍ୱାରା ଡାଲି ଦର କମିଯିବ ଏବଂ ସାଧାରଣ ଜନତା ଉପକୃତ ହେବେ । ଅନ୍ୟ ପଟେ ବିଭିନ୍ନ ଅଭିଯୋଗରେ ସଂପୃକ୍ତ ଥିବା ଶାସକ ବିଜେଡି ଦଳର ଦୋଷୀ ଓ ଆରୋପୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏତେ ଶ୍ରଦ୍ଧା କାହିଁକି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

0
0
0
s2sdefault