ହେଡଲାଇନସ୍:

ବରିଷ୍ଠ ରାଜସ୍ଵ ସହାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଉପ-ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଆଜି ବରିଷ୍ଠ ରାଜସ୍ବ ସହାୟକ ଆକବର ହୁସେନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିପାଇଁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ଶ୍ରୀ ହୁସେନଙ୍କ ସହ ଚାକିରୀ ଜୀବନର ଅନେକ ମଧୂର ଅନୁଭୂତିକୁ ମନେ ପକାଇ ତାଙ୍କର ଅନେକ ସୁଗୁଣ ସବୁର ସ୍ମୃତିଚାରଣ କରିଥିଲେ । ଉପ- ଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲ ନିଜର ବକ୍ତବ୍ଯ ରଖି ଶ୍ରୀ ହୁସେନଙ୍କ ଅବସର ପରବର୍ତ୍ତି ଜୀବନ ପାଇଁ ସୁଖ, ଶାନ୍ତି ଓ ଉତ୍ତମ ସ୍ବାସ୍ଥ୍ଯର କାମନା କରିଥିଲେ । ଏହି ଅବସରରେ ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକ, ଏସିଏସଓ ସନ୍ତୋଷ ପ୍ରଧାନ, ତୁଷାର ପ୍ରଧାନ, ଅଜିତ ରାୟ ଓ ଅନ୍ଯ କର୍ମଚାରୀ ବୃନ୍ଦ ମଧ୍ଯ ଶ୍ରୀ ହୁସେନଙ୍କୁ କୃତଜ୍ଞତା ଜଣାଇ ତାଙ୍କ ଅବସରକାଳୀନ ଦୀର୍ଘ ଓ ନିରାମୟ ଜୀବନର ଶୁଭେଚ୍ଛା ଜଣାଇଥିଲେ ।

ଏହି ସଭାକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିନାୟକ ମିଶ୍ର ପରିଚାଳନା କରି ଶ୍ରୀ ହୁସେନଙ୍କୁ ସମଗ୍ର ପଦ୍ମପୁର ଉପଖଣ୍ଡ ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ ଓ ମଙ୍ଗଳମୟ ଜୀବନର କାମନା କରିଥିଲେ । ସଭା ଶେଷରେ ଉପ- ଜିଲ୍ଲାପାଳ ଶ୍ରୀ ପଟେଲ, ଅନ୍ଯ ଅଧିକାରୀ ଓ କର୍ମଚାରୀ ମିଳିତ ଭାବରେ ଶ୍ରୀ ଆକବର ହୁସେନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଅନ୍ଯ ଉପହାର ସବୁ ଦେଇ ସମ୍ମାନିତ କରିଥିଲେ ।

0
0
0
s2sdefault