ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ କତଲକଇଠା ପଞ୍ଚାୟତ ଜାଜପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର୍ ସ୍ତରୀୟ ସୁରଭି -୨୦୨୩ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଲପୁ ବିମଲ୍ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ
ଉଦ୍ଦେଶ୍ୟ ଜ୍ଞାପନ କରି ବିଦ୍ୟାଳୟରେ ପଢୁଥିବା ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିଟ ପ୍ରତିଭା ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପରିପ୍ରକାଶ ହୋଇପାରୁଛି। ଚଳିତ ବର୍ଷ ସୁରଭି -୨ ୦୨୩ର ମୁଖ୍ୟ ପ୍ରସଙ୍ଗ ହେଉଛି ଶିକ୍ଷା ପାଇଁ ପୋଷଣ" ବୋଲି କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସିଆରସି ସି. ଏଚ୍. ଗୌରୀ , ବିଦ୍ୟାଳୟ କମିଟି ସଭାପତି ଶେଷଦେବ ପ୍ରଧାନ , ଟି.କ୍ରିଷ୍ଣା ରାଓ , ଇନ୍ଦିରା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। କ୍ଲଷ୍ଟାର୍ ର ୧୩ ଟି ବିଦ୍ୟାଲୟର ୧୨୫ ଜଣ ଛାତ୍ର/ଛାତ୍ରୀ ବିଭିନ୍ନ ପ୍ରତିଯୋଗୀତା ତଥା ବିତର୍କ , ପ୍ରବନ୍ଧ , ଚିତ୍ରାଙ୍କନ , କୁଇଜ୍, ସୃଜନ ଶିଳ ଲିଖନ , ବକୃତା , ସଙ୍ଗୀତ , ଓଡ଼ିଆ ହସ୍ତାକ୍ଷର , ସାଂସ୍କୃତିକ ପ୍ରତିଯୋଗୀତାରେ ଭାଗ ନେଇ କୃତି ପ୍ରତିଯୋଗୀ ମାନେ ବ୍ଲକ୍ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ବିବେଚିତ ହୋଇଛନ୍ତି। ଆର୍. ରବି କୁମାର , ଧିରେନ୍ ସାମଲ , ମୋହନ ବାରିକ , ନର୍ମଦା ଦେଇ , ଗୌଡ ଗୌରୀ , ଚପଳା ପାଣିଗ୍ରାହୀ , ବବିତା ପୁରୋହିତ , ସଦାନନ୍ଦ ପଟ୍ଟନାୟକ , ଏମ୍. ସ୍ବପ୍ନ କୁମାରୀ ଓ ୨୦ ଜଣ ଗାଇଡ ଶିକ୍ଷକ/ଶିକ୍ଷୟତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 350








