ହେଡଲାଇନସ୍:

ଉତ୍କଳ ଆଲୁମିନାରେ ଜାତୀୟ ପୋଷଣ ମାସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଗୋଷ୍ଠୀ ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ନିଜର ନିରବଚ୍ଛିନ୍ନ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଟିକିରିସ୍ଥିତ ଓଲ୍‍ଡ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ଚଳିତ ମାସ ୨୭ ତାରିଖରେ ‘ଜାତୀୟ ପୋଷଣ ମାସ’ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଜନସାଧାରଣଙ୍କ ମଧ୍ୟରେ ବିଶେଷକରି ମହିଳା ଓ ଶିଶୁଙ୍କ ନିମନ୍ତେ ଉତ୍ତମ ପୁଷ୍ଟିସାଧନ, ଉତ୍ତମ ଖାଦ୍ୟ, ସ୍ୱାସ୍ଥ୍ୟକର ପୋଷଣଯୁକ୍ତ ଖାଦ୍ୟ ସମ୍ପର୍କରେ ସଚେତନତା ବାର୍ତ୍ତା ପଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାଶୀପୁର ବ୍ଲକ୍‍ର ଆଇସିଡିଏସ୍‍ ବିଭାଗ ସହିତ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପାରିପାଶ୍ୱର୍ିକ ଗ୍ରାମଗୁଡିକରୁ ଅଙ୍ଗନବାଡି କର୍ମୀ, ଆଶା, ଆଇସିଡିଏସ୍‍ର ମହିଳା ସୁପରଭାଇଜରଙ୍କ ସମେତ ପ୍ରାୟ ୨୦୦ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କୁଇଜ ପ୍ରତିଯୋଗିତା, ଅନୁଭୂତି ସହଭାଗିତା ଏବଂ ବିଭିନ୍ନ ଖାଦ୍ୟ ପ୍ରଦର୍ଶନ ଆଦି ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ରହିଥିଲା । ମହିଳାମାନଙ୍କୁ ଏବଂ ବିଶେଷକରି ସନ୍ତାନ ପ୍ରସବ କରିବାକୁ ଥିବା ମା’ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନ କରିବା ଉପରେ କାର୍ଯ୍ୟକ୍ରମରେ ଦୃଷ୍ଟି ଦିଆଯାଇଥିଲା । ମହିଳାମାନଙ୍କୁ ଗର୍ଭଧାରଣ ଏବଂ ସ୍ତନ୍ୟପାନ କରାଇବା ସମୟରେ ବିଶେଷଭାବରେ ସୁପାରିଶ କରାଯାଉଥିବା ପ୍ରୋଟିନ ଏବଂ ଭିଟାମିନ ସେବନ କରିବା ସମ୍ପର୍କରେ ଅବଗତ ଓ ସଚେତନ କରାଯାଇଥିଲା । ଏଥିପାଇଁ ବିଭିନ୍ନ ଖାଦ୍ୟର ପ୍ରଦର୍ଶନ ସହିତ ସେଗୁଡିକର ପୁଷ୍ଟିକର ଉପକାରିତା ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା । ଆଦ୍ୟ ଶୈଶବାବସ୍ଥା ଯତ୍ନ କିଭଳି ଏକ ଶିଶୁର ସାମାଜିକ, ବୌଦ୍ଧିକ, ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଭାବଗତ ଆବଶ୍ୟକତର ସାମଗ୍ରିକ ବିକାଶରେ ସହାୟକ ହୋଇଥାଏ ସେ ସମ୍ପର୍କରେ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା ।
ଶ୍ରୀମତୀ ହିନା ବେଗ୍‍, ପ୍ରେସିଡେଣ୍ଟ, ଉଜ୍ଜ୍ୱଳା ଉତ୍କଳ ଲେଡିଜ୍‍ କ୍ଲବ, ଶ୍ରୀମତୀ ଯଶମଣି ହିଆଲ, ସିଡିପିଓ ଇନ୍‍-ଚାର୍ଜ, କାଶୀପୁର, ଡଃ.ଜନ୍ମେଜୟ ଦାଶ, ମେଡିକାଲ ଅଫିସର ଇନ୍‍-ଚାର୍ଜ, କାଶୀପୁର, ଶ୍ରୀ ସୁନିଲ ରାୟ, ବିପିଏମ୍‍, ଏନଏଚଏମ୍‍, ଶ୍ରୀମତୀ ରିଙ୍କୁ ବାନାର୍ଜୀ, ପ୍ରିନସିପାଲ ଏବିପିଏସ୍‍, ଶ୍ରୀ ଶିବ ମହାପାତ୍ର, ଲିଡ୍‍ ସିଏସ୍‍ଆର- ଓଡ଼ିଶା କ୍ଲଷ୍ଟର ଆଣ୍ଡ୍‍ ଡାଉନଷ୍ଟ୍ରିମ୍‍ ଆଲୁମିନିୟମ ବିଜିନେସ୍‍, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍‍ ସିଏସ୍‍ଆର ଆଣ୍ଡ୍‍ ସିଆର୍‍ ଉତ୍କଳ ଆଲୁମିନା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ବିଷୟବସ୍ତୁ ସମ୍ପର୍କରେ ଉତ୍ସାହିତ କରିବା ସହିତ ପୁଷ୍ଟିସାଧନ ମାସ ପାଳନ ସମ୍ପର୍କରେ ନିଜ ନିଜର ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ ।
ଶ୍ରୀମତୀ ନିହାରିକା ସାହୁ, ଡିପାର୍ଟମେଣ୍ଟ ହେଡ୍‍ ସିଏସଆର୍‍ ପ୍ଲାଣ୍ଟ, ଉତ୍କଳ ଆଲୁମିନାର ସିଏସ୍‍ଆର ଟିମ୍‍ ସହିତ ଏହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ ଆଣ୍ଡ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିବାରୁ ମହିଳା ଏବଂ ସରକାରୀ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ । ‘ସ୍ୱାସ୍ଥ୍ୟକର ଖାଦ୍ୟ ଏକ ସୁସ୍ଥ ଜୀବନ ନିମନ୍ତେ ଅତ୍ୟାବଶ୍ୟକ’ ବୋଲି ଶ୍ରୀ ବେଗ୍‍ ପ୍ରକାଶ କରିବା ସହିତ ଅଂଶଗ୍ରହଣକାରୀମାନେ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ସ୍ଥାନୀୟ ସ୍ତରରେ ଉପଲବ୍ଧ ପୁଷ୍ଟିକର ଖାଦ୍ୟ ଆହରଣ ସହିତ ଏକ ସମତୁଲ ଓ ପୁଷ୍ଟିକର ଖାଦ୍ୟାଭ୍ୟାସ ଅବଲମ୍ବନ କରିବାକୁ ଉତ୍ସାହିତ କରିଥିଲେ ।

0
0
0
s2sdefault