ହେଡଲାଇନସ୍:

କୁଲାଇ ଗ୍ରାମରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର (ସେକ୍ କୌସର): ସନ୍ଧ୍ୟାରେ ବାଣପୁର ଅଞ୍ଚଳରେ ଏକ ଜଅଭାବନୀୟ ଘଟଣା ଘଟିଯାଇଛି। କୁଲେଇ ଗ୍ରାମ ପଞ୍ଚାୟତ ହଜ ଗ୍ରାମର ଅନାମ ମୁଦୁଲିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି।ପ୍ରକାଶ ଥାଉକି ଅନାମ ନିଜ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ସେହି ବିଲ ପାଖରେ ହିଁ ଅନାମ ଟଳିପଡିଥିଲେ। ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି ଗମ୍ଭାରୀମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନାମଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

0
0
0
s2sdefault