ବିଶ୍ଵ ହୃତ୍ପିଣ୍ଡ ଦିବସ ପାଳନ ଅବସରରେ ଆୟୋଜିତ ଏହି ସାଇକେଲ ରାଲିରେ ୧୫୦ ରୁ ଉର୍ଦ୍ଧ୍ୱ ସାଇକେଲ ଆରୋହୀ ଯୋଗ ଦେଇ ଲୋକଙ୍କୁ ହୃତ୍ପିଣ୍ଡ ସମ୍ବନ୍ଧୀୟ ରୋଗ ସମ୍ପର୍କରେ ସଚେତନ କରାଇଥିଲେ ।
ଭୁବନେଶ୍ଵର ସେପ୍ଟେମ୍ବର୨୯, ୨୦୨୩ : ଓଡିଶାର ଅଗ୍ରଣୀ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍ (କେଏସ୍ଏଲ୍) ଭୁବନେଶ୍ଵର ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ ସହ ଲୋକଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସାଇକେଲ ରାଲି (ସାଇକ୍ଲୋଥନ) ଅନୁଷ୍ଠାନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ସାଇକେଲ ଚାଳନାର ଗୁରୁତ୍ବ ସମ୍ପର୍କରେ ସୂଚନା ଦିଆଯାଇଥିଲା ।
“ ଏହି ସାଇକ୍ଲୋଥନର ସଫଳତା କଳିଙ୍ଗ ହସ୍ପିଟାଲ ଲିମିଟେଡ (KHL) ର ସ୍ଥାନୀୟ ସମୁଦାୟକୁ ଏକଜୁଟ କରିବା ପାଇଁ ଚାଲିଥିବା ପ୍ରୟାସ । ଏହି ସାଇକ୍ଲୋଥନ, ଆମେ ସେବା କରୁଥିବା ସମ୍ପ୍ରଦାୟ ପ୍ରତି ଆମର ସମର୍ପଣ ଏବଂ ହୃଦୟର ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥାଏ । କଳିଙ୍ଗ ହସ୍ପିଟାଲ ଉଭୟ ବୟସ୍କ ଏବଂ ଶିଶୁଙ୍କ ପାଇଁ ହୃଦ୍ରୋଗ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶୃତିବଦ୍ଧ ଏବଂ ଆମେ ବିଶ୍ଵାସ କରୁ ଯେ ସଚେତନତା ବୃଦ୍ଧି କରିବା ନିରାକରଣର ସର୍ବୋତ୍ତମ ଉପାୟ ଅଟେ ।” ବୋଲି କହିଛନ୍ତି ଶ୍ରୀମତି ନୀଳଞ୍ଚନା ମୁଖେର୍ଜୀ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା, କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ।
ଏହି ସାଇକେଲ ରାଲି ରେ ଡାକ୍ତର ସୁଦୀପ୍ତ ଆଚାର୍ଯ୍ୟ, ଡାକ୍ତର ବିନାୟ ଭୂଷଣ ବିନାକର, ଡାକ୍ତର ସୁଶାନ୍ତ ଶୈଳ, ଡାକ୍ତର ପଙ୍କଜ ମିଶ୍ର, ଡାକ୍ତର ସୁଶାନ୍ତ ପାତ୍ର ଓ ଡାକ୍ତର ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭାଗ ନେଇଥିବା ସଦସ୍ୟ ମାନଙ୍କ ସହିତ ସୁସ୍ଥ ହୃଦୟ ପାଇଁ ଆଲୋଚନା କରିଥିଲେ । ଯୁବବର୍ଗଙ୍କ ମଧ୍ୟରେ ହୃଦ୍ରୋଗ ଜନିତ ସମସ୍ୟା ନିଦାନ ସହିତ ଯନ୍ ନେବା ଦ୍ଵାରା ଏହାର ଚିକିତ୍ସା ସମ୍ଭବ ହୋଇଥାଏ। ହୃଦ୍ରୋଗରୁ ରକ୍ଷା ପାଇବାର ସବୁଠାରୁ ସହଜ ଉପାୟ ହେଉଛି ଶାରୀରିକ ଭାବେ ସକ୍ରିୟ ରହିବା ଏବଂ ମେଦବହୁଳତା, ହାଇ ବିପି ବା ଡାଇବେଟିସ୍ ବଢାଉଥିବା ଖାଦ୍ୟଠାରୁ ଦୂରେଇ ରହିବା।
କଳିଙ୍ଗ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ୍ ଡାକ୍ତର ପି. କେ. ମିଶ୍ର କହିଛନ୍ତି, “ବ୍ୟାୟାମ କେବଳ ଫିଟ୍ ରହିବା ପାଇଁ ନୁହେଁ, ବରଂ ହୃଦୟକୁ ମଜଭୂତ ରଖୁବା ପାଇଁ ହୋଇଥାଏ । ସାଇକ୍ଲୋଥନ୍ ହେଉଛି ସମସ୍ତ ବୟସ ବର୍ଗର ଲୋକମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟାୟାମକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୋତ୍ସାହିତ କରିବାର ଏକ ମଜାଦାର ଉପାୟ” କହିଛନ୍ତି ଶ୍ରୀ ଦେବୀ ପ୍ରସାଦ ନନ୍ଦ, ସିଓଓ, କଳିଙ୍ଗ ହସ୍ପିଟାଲ ।
IRONMONK ସମୁଦାୟ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରତି ଶୁକ୍ରବାର କର୍ମକ୍ଷେତ୍ରକୁ ସାଇକେଲ ସହ ଯିବା ଆସିବା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।








