ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ.: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଚଳିତ ମାସ ୧ ତାରିଖ ରୁ ଜିଲ୍ଲାରେ ପାଳନ କରାଯାଉ ଥିବା ଷଷ୍ଠ ରାଷ୍ଟ୍ରିୟ ପୋଷଣ ମାସ -୨୦୨୩ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବୈଠକ ପ୍ରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା ଜିଲ୍ଲାରେ ଅତି ଉତ୍ତମ ଭାବରେ ଷଷ୍ଠ ରାଷ୍ଟ୍ରିୟ ପୋଷଣ ମାହା ହୋଇଥିବାରୁ ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ପରେ ଜିଲ୍ଲା ପୃଷ୍ଟି ସଂଯୋଜକ ସୁକାନ୍ତ ପାତ୍ର ଓ ପୋଷଣ ସଂଯୋଜକ ହେମରାଜ ଦଣ୍ଡସେନା ଷଷ୍ଠ ରାଷ୍ଟ୍ରିୟ ପୋଷଣ ପାଳନ ଅବସରରେ ଜିଲ୍ଲା ,ବ୍ଲକ ଓ ଅଙ୍ଗନବାଡି ସ୍ତରରେ ମାସେ ବ୍ୟାପି ହୋଇଥିବା କାର୍ଯ୍ୟକ୍ରମର ବିଷଦ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସମାଜରୁ କୁପୋଷଣ କୁ ସଂପୂର୍ଣ୍ଣ ରୂପେ ଦୂରେଇବା ପାଇଁ ହେଲେ ବିଶେଷ କରି ମା ଓ ଶିଶୁଙ୍କର ପୋଷଣ ନିମନ୍ତେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ମହାମାରୀ କୋଭିଡି ସମୟରେ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନଙ୍କର ତ୍ୟାଗପୂତ ସେବାକୁ ସ୍ମରଣ କରାଇବା ସହିତ, ସେମାନଙ୍କୁ ପ୍ରସଂଶା କରି, କୁପୋଷଣ କୁ ଦୂରେଇବା ପାଇଁ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ନିଷ୍ଟାପର ଭାରେ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମଳୟ ତ୍ରିପାଠୀ ଯୋଗଦେଇ ବର୍ତ୍ତମାନ ସମୟରେ ବଜାରରେ ମିଳୁଥିବା ପାଷ୍ଟଫୁଡୁ ପ୍ରତି ପିଲାମାଙ୍କର ଆଗ୍ରହକୁ କମାଇ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କ୍ଷୁଦ୍ରସଶ୍ଯ ଯଥା ମାଣ୍ଡିଆ, ସୁଆଁ , ବାଜରା ଓ ମକାରେ ଖାଦ୍ଯରେ ପ୍ରସ୍ତୁତ ସୁଷମ ଖାଦ୍ଯ ପିଲାମାଙ୍କୁ ଦେବାପାଇଁ ବୁଝାଇ ଥିଲେ । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାଗ ସମସ୍ତ କିଶୋର କିଶୋରୀ ମାନେ ପୋଷଣ ଭିତିକ ଶିକ୍ଷା ସହିତ ଜୀବନ କୌଶଳ ଶିକ୍ଷା ଅର୍ଜନ ପାଇଁ ପରାମର୍ଶ ଦେଇଥିଲେ । ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଜିଲ୍ଲାରେ କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟ ସନ୍ତୁଳିତ ଆହାର ର ଗୁରୁତ୍ଵ ଏବଂ ଜିଲ୍ଲାରେ ବାଲ୍ୟବିବାହ ଯୋଗୁଁ କମ ବୟସରେ ମାତୃତ୍ଵ ଲାଭ କରି କୁପୋଷିତ ମା ଓ ଶିଶୁ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ବିଭାଗ ଗୁଡିକ ସମିଳିତ ଭାବରେ କିପରି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ପ୍ରୋଟେସନ ଅଫିସର ପ୍ରେମାଞ୍ଜାଳୀ ପତି, ଜିଲ୍ଲା ମମତା ସଂଯୋଜକ ବିଶୋଜିତି ମହାନ୍ତି ,ସିଡ଼ିପିଓ ଏସେ ଗୀତା, ଯମୁନା ଭତ୍ରା , ସଞ୍ଜୁକ୍ତା ବେହେରା , ଗୀତା ମିଶ୍ର , ବିରଜା ମୋହିନୀ ପାଙ୍ଗି , ବିନୀତା ଜେଠି, ମିନତୀ ବେହେରା , ସୁଦର୍ଷନି ରଥ ଏବଂ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସୁପରଭାଇଜର ତଥା ସମସ୍ତ ବ୍ଲକ ପୋଷଣ ସଂଯୋଜକ ମାନେ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ କୁପୋଷଣ କୁ କିପରି ସଂପୂର୍ଣ୍ଣ ମୁକ୍ତ କରାଯିବ ସେ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଜିଲ୍ଲାରେ ପୋଷଣ ମାସ ଅବସର ରେ ଉତ୍ତମ କାର୍ଯ୍ୟ ପଦର୍ଶନୀ କରିଥିବା ମହିଳା ସୁପରଭାଇଜର , ବ୍ଲକ ପୋଷଣ ସଂଯୋଜକ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ନନ୍ଦହାଣ୍ଡି ସିଡିପିଓ ଶସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରିୟ ପୋଷଣ ମାସ ଉଦଯାପିତ.
- Hits: 203








