ହେଡଲାଇନସ୍:

ସର୍ବେ ଗ୍ରାମରୁ ପାୱାର ଟ୍ରେଲର ଚୋରି ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା ୨୯/୦୯/୨୩ :କୁଚିଣ୍ଡା ଥାନା ଅଧିନସ୍ତ କେନାଢ଼ିପା ପଞ୍ଚାୟତ ଅନ୍ତର୍ଗତ ସର୍ବେ ଗ୍ରାମ ରୁ ଗତ ବୁଧବାର ରାତିରେ ଘର ସାମ୍ନାରୁ ପାୱାର ଟ୍ରେଲର ଚୋରି ହୋଇଯାଇଛି। ସର୍ବେ ଗ୍ରାମ ର ଶମ୍ଭୁନାଥ ସାହୁ ଙ୍କ ଘରୁ ଏକ ପାୱାର ଟ୍ରେଲର ଚୋରି ହୋଇଛି। ଖରିଫ ଚାଷ ପରେ ନିଜର ପାୱାର ଟ୍ରେଲର ନିଜ ଘର ସାମ୍ନାରେ ଘୋଡାଇ ରଖିଥିଲେ। ଗତ ରାତିରେ କିଛି ଲୋକ ପ୍ରାୟ ୧.୩୦ ରେ ଘୋଷାଡି ନେଇ ଗୋଟିଏ ପିକ ଅପ୍ ରେ ନେଇ ଯାଇଥିବା ଶମ୍ଭୁନାଥ ସାହୁ ଅଭିଯୋଗ କରିଛନ୍ତି l ପାଖ ଦୋକାନ ର ସି ସି ଟିଭି କ୍ୟାମେରା ରେ ତାହା ସ୍ପଟ ଜଣା ପଡୁଥିଲେ ମଧ୍ୟ ଗାଡ଼ିର ନମ୍ବର୍ ପ୍ଲେଟ କୁ ଚୋର କାଢି ଦେଇଥିଲେ। ଯାହା ଫଳରେ ଏହାକୁ ଚିହ୍ନିବା ସମ୍ଭବ ହେଇ ନାହିଁ। ଆଜି କୁଚିଣ୍ଡା ଥାନା ରେ ଏହାର ଅଭିଯୋଗ କରାଯାଇଛି। ଏହାକୁ ନେଇ କୁଚିଣ୍ଡା ଥାନା ଅଧିକାରୀ ଙ୍କୁ ଯୋଗାଯୋଗ କରାଯିବାରୁ ଏହାର ତଦନ୍ତ କରାଯାଉଛି କହିଥିବା ବେଳେ ଅଞ୍ଚଳରେ ଚୋର ଉଦ୍ୟମ ବଢୁଥିବା ଯୋଗୁଁ ତୁରନ୍ତ ପ୍ରଶାସନ ପକ୍ଷରୁ ପେଟ୍ରୋଲିଙ୍ଗ କାର୍ଯ୍ୟ ଆରମ୍ଭ ପାଇଁ ଅଂଚଳରେ ଦାବୀ ହେଉଛି l

0
0
0
s2sdefault