ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମ ଓ ଓଏସପିସିବି ଝାରସୁଗୁଡ଼ା ଓଜନ ସ୍ତର ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିଛନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ଓଡ଼ିଶା : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ଓ ବଡ଼ମାଳ ପଂଚାୟତ ସରକାରୀ ସ୍କୁଲର ମିଳିତ ପ୍ରୟାସରେ ବିଶ୍ୱ ଓଜନ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା । ଏଥିରେ ବହୁ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଇଂ ଏଚ.କେ . ନାୟକ, ଆଂଚଳିକ ଅଧିକାରୀ- ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଶ୍ରୀମତୀ ଅନୁଷ୍କା ଏକା, ଡେପୁଟି ସାଇଂଟିଷ୍ଟ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କିଶୋର ପଟେଲ, ଅଧ୍ୟକ୍ଷ ବଡ଼ମାଳ ପଂଚାୟତ ସରକାରୀ ସ୍କୁଲ, ଡ.ଅମିତ କୁମାର ତ୍ୟାଗି ମୁଖ୍ୟ-ପରିବେଶ ବେଦାନ୍ତ ଉପସ୍ଥିତ ଥିଲେ ।

ଓଜନ ସ୍ତରର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏହାର ସଂରକ୍ଷଣର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଏକ ଦିବସୀୟ ଉତ୍ସବ ଆୟୋଜନ କରାଯାଇଥିଲା । ବିଶ୍ୱ ଓଜନ ଦିବସ ୨୦୨୩ରେ ଓଜନ ସ୍ତରକୁ ସ୍ଥିର ରଖିବା ଓ ଜଳବାୟୁ ପରିବର୍ତନ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଚାରା ରୋପଣ ଯେଉଁଥିରେ ପରିବେଶ ଉପଯୋଗୀ ବୃକ୍ଷ ଗୁଡ଼ିକୁ ରୋପଣ କରାଯାଇଥିଲା । ଏହା ସହିତ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ସହିତ ୯ମ ଓ ୧୦ମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ବେଦାନ୍ତର ସ୍ଥିରତା ପଦକ୍ଷେପ ସଂପର୍କରେ ଶ୍ରୀ ସୁନୀଲ ଗୁପ୍ତା ସିଓଓ, ବେଦାନ୍ତ ଲିମିଟେଡ-ଆଲୁମିନା ବ୍ୟବସାୟ କହିଥିଲେଯେ- ପରିବେଶ ସ୍ଥିରତା ପ୍ରତି ଆମର ବ୍ୟାପକ ଆଭିମୁଖ୍ୟରେ ଅଙ୍ଗାରକାମ୍ଳ ହ୍ରାସ ଉପରେ ଗୁରୁ୍ତ୍ୱ ଦିଆଯାଉଛି । ଏହି ପ୍ରୟାସକୁ ଅନୁପାଳନ କରି ଆମେ ଏସଏଚଜି ନିର୍ଗମନରେ ଉଲ୍ଲେଖନୀୟ ହ୍ରାସ କରିପାରିଛୁ, ବର୍ଦ୍ଧିତ ଜଳ ପରିଚାଳନା ଅଭ୍ୟାସକୁ ପ୍ରୋତ୍ସାହିତ କରିଛୁ, ସ୍ଥାୟୀ ଉତ୍ପାଦ ଓ ବର୍ଜ୍ୟବସ୍ତୁ ପରିଚାଳନା ମାଧ୍ୟମରେ ବୃତିଗତ ଅର୍ଥନୀତି ଅଭ୍ୟାସକୁ ପ୍ରୋତ୍ସାହିତ କରିଛୁ ଓ ବୃହତ କାର୍ବନ ସିଙ୍କ ସୃଷ୍ଟି କରିଛୁ ।

ସଚେତନତା ଅଭିଯାନରେ ଅଂଶଗ୍ରହଣ କରି ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଏଚ କେ ନାୟକ କହିଥିଲେଯେ ଭବିଷ୍ୟତରେ ପରିବେଶ ସଚେତନ ନାଗରିକଙ୍କ ପ୍ରତିପୋଷଣ ଲାଗି ଏହି ରଣନୀତିକ କାର୍ଯ୍ୟକ୍ରମକୁ ମୁଁ ପ୍ରଶଂସା କରୁଛି । ଏହି ସହଯୋଗ ଓଜନ ସ୍ତର ବିଷୟରେ ସଚେତନତା ସୃଷ୍ଟି କରିବାର ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରେ । ଜଳବାୟୁ ପରିବର୍ତନ ପାଇଁ ଏହାର ସକ୍ରିୟ ଭୂମିକା ରହିଛି ଓ ଏହା ଆମ ସମସ୍ତଙ୍କ ପାଇଁ ଜାଣିବା ଅତ୍ୟନ୍ତ ଜରୁରୀ ।

ବେଦାନ୍ତ ଆଲୁମିନିୟମ ବିଶ୍ୱସ୍ତରୀୟ ମାନଦଣ୍ଡ, ଶିଳ୍ପ ସହଭାଗୀତା, ସକ୍ରିୟ ବ୍ୟବସାୟିକ କାର୍ଯ୍ୟ, ଗୋଷ୍ଠୀ ସହଯୋଗ ମାଧ୍ୟମରେ ଜଳବାୟୁ କାର୍ଯ୍ୟ ଉପରେ ଧ୍ୟାନ ପ୍ରଦାନ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଯଥା:

- ବେଦାନ୍ତ ଆଲୁମିନିୟମ ଉଚ୍ଚ ସ୍ଥିରତା ପ୍ରଦର୍ଶନ ଲାଗି ଆଲୁମିନିୟମ ଷ୍ଟିୱାଡଶିପ ଇନିସିଏଟିଭ କାର୍ଯ୍ୟଦକ୍ଷତା ମାନକ ପ୍ରମାଣପତ୍ର ପାଇଛି ।
- ବେଦାନ୍ତ ଆଲୁମିନିୟମ ଭାରତରେ ପ୍ରଥମ ସ୍ୱଳ୍ପ କାର୍ବନ ସବୁଜ ଆଲୁମିନିୟମ ଲଂଚ କରିଛି ଯାହା ସ୍ଥାୟୀ ସାମଗ୍ରୀର ବିଶ୍ୱ ଚାହିଦାକୁ ପୂରଣ କରିବ ।
- ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଝାରସୁଗୁଡ଼ାରେ ଏହାର ପରିସର ମଧ୍ୟରେ ଏକ ନୂଆ ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କରିଛି ଓ ଏଠାରେ ୧୦୦ରୁ ଅଧିକ ବୃକ୍ଷ ପ୍ରଜାତି ରହିଛି ଓ ୩୦ରୁ ଅଧିକ ବିରଳ ତଥା ସୂକ୍ଷ୍ମ ପ୍ରଜାତିଙ୍କ ପୋଷଣ କରିବାରେ ସହାୟତା କରିଛି ।
- ଲିଥିୟମ ଆୟନ ବ୍ୟାଟେରି ଦ୍ୱାରା ଚାଳିତ ଇଲେକ୍ଟ୍ରିକ ଫର୍କଲିଫ୍ଟର କମ୍ପାନି ଭାବେ ଭାରତର ସର୍ବ ବୃହତ ଫ୍ଲିଟ ପରିଚାଳନା କରୁଛି ଯାହା ଦ୍ୱାରା ପ୍ଲାଂଟର କାର୍ଯ୍ୟ ସୁନିଶ୍ଚିତ ହୋଇପାରୁଛି ।
- ଝାରସୁଗୁଡ଼ା ଗ୍ରୀନ ରୋଟାରୀ କ୍ଲବ ସହଯୋଗରେ କମ୍ପାନି ବିଶ୍ୱ ପରିବେଶ ଦିବସରେ ସହରାଂଚଳ ସଫେଇ କାର୍ଯ୍ୟ କରିଥିଲା । ମନମୋହନ ଗ୍ରାଉଣ୍ଡର ପୁନରୁଦ୍ଧାର ଓ ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ଦେଇଥିଲା ।
- ଝାରସୁଗୁଡ଼ାର ବନ ବିଭାଗ ସହ ସହଭାଗୀତାରେ ବେଦାନ୍ତର କର୍ମଚାରୀମାନେ ଝାରସୁଗୁଡ଼ାରେ ଅବସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି ସିଙ୍ଗବାହାଗାରେ ସଫେଇ କାର୍ଯ୍ୟ କରିଥିଲେ । ବର୍ଷ ତମାମ ଏହି ସ୍ଥାନକୁ ପକ୍ଷୀମାନଙ୍କ ଆଗମନକୁ ଉପଯୋଗୀ କରିବା ପାଇଁ ମଧ୍ୟ ବିକାଶ ମୂଳକ କାର୍ଯ୍ୟ କରାଯାଇଥିଲା ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟା ଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର୍ୟା ଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

 

0
0
0
s2sdefault