ଭୁବନେଶ୍ୱର, ୨୯/୦୯/୨୦୨୩: ମାଲକାନଗିରି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାହୁ, କାଲିମେଳା ବ୍ଲକର ପଶୁଗୁଡ଼ା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ରବା ଏବଂ ବାଲିମେଳାର ବିଜେପି ସକ୍ରିୟ ସଦସ୍ୟ ଏନ୍. ଦାଶରଥୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଜେପି କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ଵାଗତ କରିଥିଲେ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଶ୍ରୀ ସାହୁ କହିଥିଲେ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପରେ ଆକୃଷ୍ଟ ହୋଇ ଏବଂ ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାଙ୍ଗଠନିକ ଦକ୍ଷତାରେ ବିଶ୍ଵାସ ରଖି ବିଜେଡିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଲୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲା ବିଜେଡ଼ି ସଭାପତି ମାନସ ମାଡ଼କାମୀ, ପ୍ରକାଶ ମହାନ୍ତି, ବିଜେଡ଼ି ମୁଖପାତ୍ର ଅମିତ ମଲ୍ଲିକ ଏବଂ ମାଲକାନଗିରି ଜିଲ୍ଲା ମହିଳା ବିଜେଡ଼ି ପର୍ଯ୍ୟବେକ୍ଷକ ଶ୍ରୀମତୀ ଲୋରା ମହାପାତ୍ର ଉପସ୍ଥିତ ଥିଲେ ।








