ହେଡଲାଇନସ୍:

ଝାରପୋଖରିଆ ଥାନାରେ ସାଇବର ସୁରକ୍ଷା ୨୦୨୩ ସମ୍ପର୍କିତ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ରୁ ଦିପୁ ମହାପାତ୍ର--ମୟୂରଭଞ୍ଜ ଜିଲ୍ଲା ର ଝାରପୋଖରିଆ ଥାନା ରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ଥାନା କାର୍ଯାଳୟ ଠାରେ ଏକ ଜନ ସଚେତନତା ପାଇଁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ହେବାକୁ ଥିବା ସାଇବର ସୁରକ୍ଷା ଅଭିଯାନ କାର୍ଯ୍ଯକ୍ରମକୁ ନେଇ ସୂଚନା ଦିଆଯାଇଥିଲା।
ଓଡିଶା ପୋଲିସ ଆସୋସିଏସନ୍, ସରକାରୀ ବିଭାଗ ଓ ୧୫ଟି ବ୍ଯାଙ୍କ ର ମିଲିତ ଉଦ୍ୟମ ରେ ଏକ ରାଜ୍ୟ ସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ଆସନ୍ତା ଅକ୍ଟୋବର ୨ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି। ସାମୁହିକ ସାମାଜିକ ଅଭିମୁଖ୍ୟର ଉଦ୍ଦେଶ୍ୟ ହେଉଛି ଏହାର ପ୍ରଚାର ପ୍ରସାର ସମାଜରେ ସବୁ ବୟସ ବର୍ଗରେ ସାଇବର ଅପରାଧକୁ ନେଇ ସଚେତନତା କରାଇବା ଏବଂ ସେମାନଙ୍କୁ ସାଇବର ସୁରକ୍ଷା ବିଷୟରେ ଅବଗତ କରାଇବା। ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରି ବ୍ୟତୀତ ସୂଚନା ଓ ପ୍ରୟୁକ୍ତି ଶିଳ୍ପ, ଅନେକ ଶିକ୍ଷାନୁଷ୍ଠାନ ଓ ଅନେକ ବ୍ୟକ୍ତିବିଶେଷ ମଧ୍ୟ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଏହି ଅଭିଯାନ ଉଭୟ ଅଫଲାଇନ ଏବଂ ଅନଲାଇନ ମୋଡରେ ଅନୁଷ୍ଠିତ ହେବ।
ଏହା ପରେ ଏହି ସାଇବର ସୁରକ୍ଷା ରଥ ସମଗ୍ର ରାଜ୍ୟ ବୁଲିବ ତଥା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତ ବ୍ଲକ ମୁଖ୍ୟାଳୟ ସହ ପ୍ରତି ପଂଚାୟତ ଗସ୍ତ କରିବ। ଓଡିଓ ମାଧ୍ୟମରେ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରାଯିବ। ସ୍ଥାନୀୟ ଭାଷାରେ ଭିଜୁଆଲ ଓ ପ୍ରିଣ୍ଟ ମୋଡରେ ଏହି ରଥଗୁଡିକ ଅକ୍ଟୋବର ଦୁଇ ତାରିଖରୁ ଜିଲ୍ଲା ଗସ୍ତ କରିବେ। ସାଇବର ସୁରକ୍ଷା ରଥ ପ୍ରତେକ ଦିନ ସାଇବର ସୁରକ୍ଷା ଉପରେ କର୍ମଶାଳା/କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରିବେ। ଏହି ଅଭିଯାନ ସମୟରେ ଏକ ରୋଡରନ ଏବଂ ସାଇକ୍ଲୋଥନ ଅନୁଷ୍ଠିତ ହେବ l ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ସହ ଘର ଘର ଅଭିଯାନ ଓ ସାଇବର ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ସୁରକ୍ଷା ପ୍ରଚାର ପତ୍ର ବିତରଣ କରାହେବ। ମିଶନ ଶକ୍ତି, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ରେଡକ୍ରସ୍, ଏନ୍‌ଜିଓ କୁ ସାମିଲ କରିବା ସହ ଏହାକୁ ସବୁ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ତୃଣମୂଳସ୍ତରରେ ଏହି ସବୁ ବାର୍ତା ନେବାପାଇଁ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ନାଗରିକ, ମହିଳା ଏବଂ ଶିଶୁମାନେ ଭାଗ ନେବେ। ଏହାକୁ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରିବା ପାଇଁ ଆକାଶବାଣୀ ଭିଜୁଆଲ ଓ ପ୍ରିଣ୍ଟ ଗଣମାଧ୍ୟମ,ସୋସିଆଲ ମିଡ଼ିଆର ସାହାରା ନିଆଯାଇଛି ଓ ଏକ ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ସାଇବରକୋପୋଡିଶା' ତିଆରି କରାଯାଇଛି ବୋଲି ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଝାରପୋଖରିଆ ଥାନାର ନୂତନ ଡି .ଏସ୍. ପି .ସୁଚିସ୍ମିତା ଦାସ, ଏସ .ଆଇ. ଗଦାଧର ଭୋଇ,ଏସ. ଆଇ .ପ୍ରତିମା ମହାନ୍ତ, ଏସ .ଆଇ. ମୋନାଲିସା ବେହେରା ଏବଂ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ବିଭିନ୍ନ ଅଂଚଳରୁ ୫୦ ରୁ ଉର୍ଦ୍ଧ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

0
0
0
s2sdefault