ହେଡଲାଇନସ୍:

ପଦ୍ମପୁର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଡିଓ ବିଶ୍ଵନାଥ ସାହୁ ଓ ସାମାଜିକ ସୁରକ୍ଷା ଅଧିକାରୀ ରଜନୀକାନ୍ତ ବହିଦାରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ଅବିନାଶ ବହିଦାର ଓ ସନ୍ତୋଷ ବେହେରା ପରିଚାଳନା କରିଥିଲେ l ଏଥିରେ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ଯୋଗଦେଇ ମୋଟ ୧୫୪ ଜଣ ଭିନ୍ନକ୍ଷମଙ୍କୁ ପରୀକ୍ଷା କରିଥିଲେ l ସେମାନଙ୍କ ମଧ୍ୟରୁ ୫୫ ଜଣ ଶାରୀରିକ , ୧୮ ଜଣ ମାନସିକ ଅନଗ୍ରସର , ୧୩ ଜଣ ମୂକ ବଧିର , ୧୬ ଜଣ ଭେଷଜ ଓ ୧୮ ଜଣ ଦୃଷ୍ଟି ହୀନଙ୍କ ପରୀକ୍ଷା କରାଯାଇଥିଲା ୯ ଜଣଙ୍କୁ କୃତିମ ଅଙ୍ଗ ପ୍ରଦାନ ପାଇଁ ମ୍ୟାପ ନିଆଯାଇଥିଲା ବେଳେ ୧୬ ଜଣଙ୍କୁ ବସ ପାସ ପ୍ରଦାନ କରାଯାଇଥିବା ଜଣାପଡିଛି l

0
0
0
s2sdefault