ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆଜି ସ୍ଥାନୀୟ ଜିଲ୍ଲା ପୋଲିସ କାର୍ଯାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ହେବାକୁ ଥିବା ସାଇବର ସୁରକ୍ଷା ଅଭିଯାନ କାର୍ଯ୍ଯକ୍ରମକୁ ନେଇ ସୂଚନା ଦିଆଯାଇଥିଲା।
ଓଡିଶା ପୋଲିସ ଆସୋସିଏସନ୍, ସରକାରୀ ବିଭାଗ ଓ ୧୫ଟି ବ୍ଯାଙ୍କ ର ମିଲିତ ଉଦ୍ୟମ ରେ ଏକ ରାଜ୍ୟ ସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ଆସନ୍ତା ତିରିଶ ସେପ୍ଟେମ୍ବର ରୁ ପନ୍ଦର ଅକ୍ଟୋବର ପର୍ଯ୍ୟନ୍ତ କରିବାକୁ ଯାଉଛନ୍ତି। ସାମୁହିକ ସାମାଜିକ ଅଭିମୁଖ୍ୟର ଉଦ୍ଦେଶ୍ୟ ହେଉଛି ଏହାର ପ୍ରଚାର ପ୍ରସାର ସମାଜରେ, ସବୁ ବୟସ ବର୍ଗରେ ସାଇବର ଅପରାଧକୁ ନେଇ ସଚେତନତା କରାଇବା ଏବଂ ସେମାନଙ୍କୁ ସାଇବର ସୁରକ୍ଷା ବିଷୟରେ ଅବଗତ କରାଇବା। ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରି ବ୍ୟତୀତ ସୂଚନା ଓ ପ୍ରୟୁକ୍ତି ଶିଳ୍ପ, ଅନେକ ଶିକ୍ଷାନୁଷ୍ଠାନ ଓ ଅନେକ ବ୍ୟକ୍ତିବିଶେଷ ମଧ୍ୟ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଏହି ଅଭିଯାନ ଉଭୟ ଅଫଲାଇନ ଏବଂ ଅନଲାଇନ ମୋଡରେ ଅନୁଷ୍ଠିତ ହେବ।
ଏହା ପରେ ଏହି ସାଇବର ସୁରକ୍ଷା ରଥ ସମଗ୍ର ରାଜ୍ୟ ବୁଲିବ ତଥା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତ ବ୍ଲକ ମୁଖ୍ୟାଳୟସହ ପ୍ରତି ପଂଚାୟତ ଗସ୍ତ କରିବ। ଓଡିଓ ମାଧ୍ୟମରେ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରାଯିବ। ସ୍ଥାନୀୟ ଭାଷାରେ ଭିଜୁଆଲ ଓ ପ୍ରିଣ୍ଟ ମୋଡରେ ଏହି ରଥଗୁଡିକ ଅକ୍ଟୋବର ଦୁଇ ତାରିଖରୁ ଜିଲ୍ଲା ଗସ୍ତ କରିବେ। ସାଇବର ସୁରକ୍ଷା ରଥ ପ୍ରତେକ ଦିନ ସାଇବର ସୁରକ୍ଷା ଉପରେ କର୍ମଶାଳା/କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରିବେ। ଏହି ଅଭିଯାନ ସମୟରେ ଏକ ରୋଡରନ ଏବଂ ସାଇକ୍ଲୋଥନ ଅନୁଷ୍ଠିତ ହେବ l ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ସହ ଘର ଘର ଅଭିଯାନ ଓ ସାଇବର ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ସୁରକ୍ଷା ପ୍ରଚାର ପତ୍ର ବିତରଣ କରାହେବ। ମିଶନ ଶକ୍ତି, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ରେଡକ୍ରସ୍, ଏନ୍ଜିଓ କୁ ସାମିଲ କରିବା ସହ ଏହାକୁ ସବୁ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ତୃଣମୂଳସ୍ତରରେ ଏହି ସବୁ ବାର୍ତା ନେବାପାଇଁ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ନାଗରିକ, ମହିଳା ଏବଂ ଶିଶୁମାନେ ଭାଗ ନେବେ। ଏହାକୁ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରିବା ପାଇଁ ଆକାଶବାଣୀ ଭିଜୁଆଲ ଓ ପ୍ରିଣ୍ଟ ଗଣମାଧ୍ୟମ,ସୋସିଆଲ ମିଡ଼ିଆର ସାହାରା ନିଆଯାଇଛି ଓ ଏକ ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ସାଇବରକୋପୋଡିଶା' ତିଆରି କରାୟାଇଛି ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ପ୍ରକାସ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଆଡିସିନାଲ୍ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାୟକ , ଏସ୍'ଡିପିଓ ତୁଫାନ୍ ବାଗ, ଟାଉନ ଥାନା ଆଇଆଇସି ବିଶ୍ବଜିତ ମନବୋଧ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟ
ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଓଡିଶା ସାଇବର ସୁରକ୍ଷା ୨୦୨୩ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ
- Hits: 377








