ହେଡଲାଇନସ୍:

କାଶୀପୁର ଶିକ୍ଷକ ସଂଘ ପକ୍ଷରୁ ସ୍ବର୍ଗତ ସିଡଵଲ୍ୟୁଏସଏନଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -କାଶୀପୁର ବ୍ଲକ ରେ କାର୍ଯ୍ୟରତ ଜଣେ ଭିନ୍ନକ୍ଷମ ପିଲାଙ୍କ ଗୋଷ୍ଠି ସମ୍ବଳ ସଂଯଜକ (ସିଡଵଲ୍ୟୁଏସଏନ) ଙ୍କର ଅକାଳ ବିୟୋଗ ପରେ ଆଜି ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଏକ ନେତୃବୃନ୍ଦ ସ୍ବର୍ଗତ "ସି,ଡାଵଲ୍ୟୁ,ଏସ, ଏନ'' ଙ୍କ ପୈତୃକ ଗାଁ ରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି ।
ସେ ହେଉଛନ୍ତି ଅଭୀମନ୍ୟୁ ମେହେର ଘର ସୁଦୂର ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ବ୍ଲକ ର ସୁରମୁହାନ ଗ୍ରାମ । ସେ ୨୦୧୩ ମସିହା ଠାରୁ ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ରେ ଯୋଗ ଦେଇ ଏଠାରେ ଭିନ୍ନକ୍ଷମ ପିଲାଙ୍କ ଗୋଷ୍ଠି ସମ୍ବଳ ସଂଯୋଜକ ଭାବେ କାର୍ଯ୍ୟଭାର ତୁଲେଇ ଆସୁଥିଲେ । କିଛିବର୍ଷ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହି ଥିଲା । କିନ୍ତୁ ସେ ଅଞ୍ଚଳରେ ପ୍ରାୟ ୧୪ ବର୍ଷ ଧରି ସେବା ଦାନ କରିଥିଲେ । କୌଣସି କାରଣରୁ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ।ଏପରି ସ୍ଥିତିରେ କାଶୀପୁର ଶିକ୍ଷକ ସଂଘ ପକ୍ଷରୁ ତାଙ୍କ ଚକ୍ଷୁ ଅସ୍ତ୍ରୋପଚାର ନିମନ୍ତେ ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ତଥାପି ଦୁର୍ଭାଗ୍ୟ ତାଙ୍କ ଦୁଇ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଥିଲା । ପରବର୍ତ୍ତୀ ସମୟ ଅର୍ଥାତ ୨୮/୮/୨୩ରେ ତାଙ୍କ ପୈତୃକ ଗୃହ ରେ ଚିକିତ୍ସାଧୀନ ଅବସ୍ଥା ରେ ହିଁ ତାଙ୍କରି ଅକାଳ ବିୟୋଗ ହେଇଯାଇଥିଲା । ବିୟୋଗ ସମୟରେ ପତ୍ନୀ ଲାବାନ୍ୟ ମେହେର ,କନ୍ୟା ରିସ୍ତା ରେଖା ମେହେର ଓ ପୁଅ ଖୀରଦ୍ର ମେହେର ଉପସ୍ଥିତ ଥିଲେ । ଉକ୍ତ ବିୟୋଗ ର ଖବର ପାଇ କାଶୀପୁର ଶିକ୍ଷା ବିଭାଗ ରେ ଏକ ଶୋକ ଛାୟା ଖେଳିଯାଇଥିଲା । ତାହାର ସମବେଦନା ଜଣାଇବା ଉଦ୍ଧେଶ୍ୟ ରେ କାଶୀପୁର ଶିକ୍ଷକ ସଂଘ ପକ୍ଷରୁ ତାଙ୍କ ପୈତୃକ ଘରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ସହ ଆଜି ସହାୟତା ରାଶି ଭାବେ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ରାଶି ପ୍ରଦାନ ସମୟରେ ସଂଘ ପକ୍ଷରୁ ରାୟଗଡା ଜିଲ୍ଲା ଶିକ୍ଷକ ସଂଘ ସଭାପତି ସୋମନାଥ ଗରଡ଼ା , ସି ଆରସିସି ଲିପ୍ତ କେଶରୀ ବେହେରା ଓ ସିଆରସିସି ତୃଷାନ୍ତ ନାଏକ , ଶିକ୍ଷକ କୃଷ୍ଣ ପାତ୍ର ,ଗଙ୍ଗା ପ୍ରସାଦ ବ୍ରାମହା ସହ କାଶୀପୁର ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ରୁ ଏବିଇ କୁଳ ରଞ୍ଜନ ସୁନା ଓ କିରାଣୀ ସମ୍ବିତ ପ୍ରିୟ ଦର୍ଶନୀ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault