ବରଗଡ଼ :- ସୂଚନା ମୁତାବକ ଏକ ଜଙ୍ଗଲୀ ଦନ୍ତା ହାତୀ ଆଜି ସକାଳୁ ପାଇକମାଲ ବ୍ଲକ ର ଭୁତମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଥିଲା । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ମାଣ୍ଡୋଷିଲ ଓ ଭୁତମୁଣ୍ଡା ଗାଁ ଭିତର ଦେଇ ହାତୀଟି ଭୁତମୁଣ୍ଡା ଗ୍ରାମରୁ କଂସଡ଼ା ,ମୁନିକେଲ ଆସିବାପରେ ହାତୀଟି ବୁଟରାଖମାର ଗ୍ରାମ ପଟକୁ ଅଗ୍ରସର ଦେଇ , କୋକନରା ଗ୍ରାମଦେଇ ପୁଣି ସିଧା ବିଜୁ ଏକ୍ସପ୍ରେସ ୱେ ରେ ପାଇକମାଲ ମୁଖ୍ୟ ରାସ୍ତା ରେ ଚାଲିବା ଆରମ୍ଭ କରିଥଲା । ପାଇକମାଲ ଛକ ଅତିକ୍ତମ କରି ବର୍ତମାନ ହାତୀ ସାଲେପାଲି ଗ୍ରାମ ଆଖପାଖ ରେ ରହିଛି । ପାଇକମାଳ ଫରେଷ୍ଟର ରଜନୀକାନ୍ତ ବଡେଇ ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବନ ବିଭାଗ ହାତୀ ପଛେ ପଛେ ଯାଇ ତାକୁ ଜଙ୍ଗଲ ଆଡ଼କୁ ନେବା ପାଇଁ ପ୍ରୟାସ ଜାରିରଖିଛି । ବର୍ତ୍ତମାନ ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ଓ ତାଙ୍କ ଟିମ ମଧ୍ୟ ହାତୀ ସହିତ ରହିଛନ୍ତି । ତେବେ ଗାଁ ଭିତର ଦେଇ ହାତୀ ଯାଉଥିବା ଭିଡିଓ ଭାଇରାଲ ହେବାପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।
ରାଜ୍ୟ
ବିଜୁ ଏକ୍ସପ୍ରେସ ୱେ ରେ ଚାଲୁଛି ଜଙ୍ଗଲୀ ଦନ୍ତା
- Hits: 3559








