ନବରଙ୍ଗପୁର ଜିଲ୍ଲା ପୋଲିସ ଅଧିକ୍ଷାଙ୍କ ସାଇବର କ୍ରାଇମ ସମ୍ପର୍କିତ ପ୍ରେସ ମିଟ
ନବରଙ୍ଗପୁର/ ଅଶୋକ ସାହୁ: ସାଇବର ଠକଙ୍କ ବିରୋଧରେ ଦୃଡ଼ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପରେବି ଦେଶରେ ସାଇବର ଅପରାଧର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି.ଏହାର ଅନ୍ୟତମ ପ୍ରମୁଖ କାରଣ ହେଲା ସଚେତନତାର ଅଭାବ |
ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସର ପନ୍ଦର ତାରିଖ ପର୍ଯ୍ୟନ୍ତ ମିଳିତ ଭାବେ ଓଡ଼ିଶା ପୋଲିସ ଓ ବିଭିନ୍ନ ରାଷ୍ଟ୍ର୍ୟୟତ ବ୍ୟାଙ୍କ ତିରିଶି ଜିଲ୍ଲାରେ ରାଜ୍ୟ ସ୍ତରୀୟ ସାଇବର ସୁରକ୍ଷା ଅଭିଯାନର ଆୟୋଜନ କରିବାକୁଯାଉଛନ୍ତି | ଏହି ସାମୁହିକ ସାମାଜିକ ଅଭିମୁଖ୍ୟର ଉଦ୍ଦେଶ୍ୟ ହେଉଛି ଏହାର ପ୍ରଚାର ପ୍ରସାର ସମାଜରେ, ସବୁ ବୟସ ବର୍ଗରେ ସାଇବର ଅପରାଧକୁ ନେଇ ସଚେତନତା କରାଇବା ଏବଂ ସେମାନଙ୍କୁ ସାଇବର ସୁରକ୍ଷା ବିଷୟରେ ଅବଗତ କରାଇବା। ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରି ବ୍ୟତୀତ ସୂଚନା ଓ ପ୍ରୟୁକ୍ତି ଶିଳ୍ପ, ଅନେକ ଶିକ୍ଷାନୁଷ୍ଠାନ ଓ ଅନେକ ବ୍ୟକ୍ତିବିଶେଷ ମଧ୍ୟ ଏହି ଅଭିଜାନରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଏହି ଅଭିଯାନ ଉଭୟ ଅଫଲାଇନ ଏବଂ ଅନଲାଇନ ମୋଡରେ ଅନୁଷ୍ଠିତ ହେବ |
ଏହା ପରେ ଏହି ସାଇବର ସୁରକ୍ଷା ରଥ ସମଗ୍ର ରାଜ୍ୟ ବୁଲିବ ତଥା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତ ବ୍ଲକ ମୁଖ୍ୟାଳୟସହ ପ୍ରତି ପଂଚାୟତ ଗସ୍ତ କରିବ.ସେମାନେ ଅଡିଓ ମାଧ୍ୟମରେ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିବେ | ସ୍ଥାନୀୟ ଭାଷାରେ ଭିଜୁଆଲ ଓ ପ୍ରିଣ୍ଟ ମୋଡରେ ଏହି ରଥଗୁଡିକ ଅକ୍ଟୋବର ଦୁଇ ତାରିଖରୁ ଜିଲ୍ଲା ଗସ୍ତ କରିବେ।
ସାଇବର ସେଫ୍ଟି ରଥ ପୂର୍ବ ଘୋଷିତ ଅକ୍ଟୋବର ତିନି ତାରିଖରୁ ସାଇବର ସୁରକ୍ଷା ଉପରେ କର୍ମଶାଳା/କୁଇଜ୍ ପ୍ରତିୟୋଗିତା ଅନୁଷ୍ଠିତ କରିବେ | ଅଭିଯାନ ସମୟରେ ଏକ ରୋଡରନ ଏବଂ ସାଇକ୍ଲୋଥନ ଅନୁଷ୍ଠିତ ହେବ l ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ସହ ଘର ଘର ଅଭିଯାନ ଓ ସାଇବର ବିତରଣ ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ସୁରକ୍ଷା ପ୍ରଚାର ପତ୍ର ବିତରଣ ଆରମ୍ଭ ହେବ. ମିଶନ ଶକ୍ତି, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ରେଡକ୍ରସ୍, ଏନ୍ଜିଓ କୁ ସାମିଲ କରିବା ସହ ଏହାକୁ ସବୁ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି |
ତୃଣମୂଳସ୍ତରରେ ଏହି ସବୁ ବାର୍ତା ନେବାପାଇଁ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ନାଗରିକ, ମହିଳା ଏବଂ ଶିଶୁମାନେ ଭାଗ ନେବେ. ଏହାକୁ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରିବା ପାଇଁ ଆକାଶବାଣୀ ଭିଜୁଆଲ ଓ ପ୍ରିଣ୍ଟ ଗଣମାଧ୍ୟମ,ସୋସିଆଲ ମିଡ଼ିଆର ସାହାରା ନିଆଯାଇଛି ଓ ଏକ ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ସାଇବରକୋପୋଡିଶା' ତିଆରି କରାୟାଇଛି ବୋଲି ଆଜି ଅନୁଷ୍ଠିତ ପ୍ରେସ ବାର୍ତାରେ ନବରଙ୍ଗପୁର ଜିଲ୍ଲା ପୋଲିସ ଅଧିକ୍ଷକl ଏସ. ସୁଶ୍ରୀ ପ୍ରକାସ କରିଛନ୍ତି |








