-
*୧୪ ବର୍ଷ ରୁ କମ ବାଳକ ଓ ବାଳିକା ବିଭାଗ ରେ ଯଥାକ୍ରମେ କଟକ ଏବଂ ଭୁବନେଶ୍ବର ଚମ୍ପିୟାନ.
-
*୧୭ ବର୍ଷ ରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ଭୁବନେଶ୍ୱର ଏବଂ ମୟୁରଭଞ୍ଜ ଚମ୍ପିୟାନ
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ୨୮/୦୯ : ବଲାଙ୍ଗିର ଜିଲ୍ଲା ସଦର ମହକୁମା ସ୍ଥିତ ପିଆର ହାଇ ସ୍କୁଲ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ୍ ରେ ତିନି ଦିନ ବ୍ୟାପି ଆୟୋଜିତ ରାଜ୍ୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଅଛି | ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଧ୍ରୁବ ଚରଣ ବେହେରା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧି୍ଷକ ଶ୍ରୀ ଖିଲାରି ୠଷିକେଶ ଦ୍ୟଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଖେଲୁଆଡ ମନୋଭାବ ରଖି ଖେଳ ଖେଲିବା ପାଇଁ ପରାମର୍ଶ ଦେଇଥିଲେ l ଡିଏଫଓ ଶ୍ରୀ ନୀତିଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବଲାଙ୍ଗିର ଭଳି ଏକ ଜିଲ୍ଳାରେ ଜାତୀୟ ମାନର ଇନ୍ଡୋର ଷ୍ଟାଡିୟମ୍ ର ଅନୁଭୂତି ପିଲାଙ୍କ ଖେଳ କୁ ଆହୁରି ଆଗକୁ ନେବ ବୋଲି ମତବ୍ୟକ୍ତ କରିଥିଲେ l ରାଜ୍ୟ ସ୍କୁଲ ଶାରୀରିକ ଶିକ୍ଷା ଉପନିର୍ଦେଶକ ଶ୍ରୀ କୈଳାଶ ଚନ୍ଦ୍ର ପଧାନ ଖେଳ ର ସମସ୍ତ ବିବରଣୀ ପ୍ରଦାନ କରିଥିଲେ l ୧୪ ବର୍ଷ ରୁ କମ ବାଳକ ବିଭାଗ ରେ କଟକ ଚମ୍ପିୟନ୍ ହୋଇଥିବା ବେଳେ ସମ୍ବଲପୁର ଉପବିଜେତl ,୧୪ ବର୍ଷ ରୁ କମ ବାଲିକା ବିଭାଗ ରେ ଭୁବନେଶ୍ୱର ଚମ୍ପିୟନ୍ ହୋଇଥିବା ବେଳେ ସମ୍ବଲପୁର ଉପବିଜେତl ,୧୭ ବର୍ଷ ରୁ କମ ବାଳକ ବିଭାଗ ରେ ଭୁବନେଶ୍ୱର ଚମ୍ପିୟନ୍ ହୋଇଥିବା ବେଳେ ରାୟଗଡ଼ା ଉପ ବିଜେତl ଏବଂ ୧୭ ବର୍ଷ ରୁ କମ ବାଲିକା ବିଭାଗ ରେ ମୟୂରଭଞ୍ଜ ଚମ୍ପିୟନ୍ ହୋଇଥିବା ବେଳେ ଭୁବନେଶ୍ୱର ଉପ ବିଜେତl ହୋଇଛନ୍ତି l ଆଜି ଏଠାରୁ ଚୟନ ହୋଇଥିବl ସବୁ ବର୍ଗ ର ଖେଳାଳି ଜାତୀୟ ସ୍ତରରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଜିଲ୍ଲା ଶିକ୍ଷାଧିକାର ଧ୍ରୁବ ଚରଣ ବେହେରା ପୁରସ୍କାର ବିତରଣ ପରେ ଆନୁଷ୍ଠାନିକ ଭାବରେ ରାଜ୍ୟ ସ୍କୁଲ ବେଡମିନଟନ ପ୍ରତିଯୋଗିତା କୁ ଉଦଯାପିତ ହେଲା ବୋଲି ଘୋଷଣା କରିଥିଲେ। ଆଜିର ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର , ବଲାଙ୍ଗିର ବେଡମିଟନ ଆସୋସିଏସନ୍ ର ସମ୍ପାଦକ ସୁରୁଲାଲ ମଟାରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ପାତ୍ର ମଂଚାସୀନ ଥିଲେ l ଅନ୍ତର୍ଯ୍ୟାମି ବିଶ୍ଵାଳ ସଭାରେ ସଂଯୋଜନl କରିଥିବା ବେଳେ ଶ୍ରୀ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ପ୍ରତିଯୋଗୀତା ରେ ରାଜ୍ୟ ଓ ଜିଲ୍ଲା ର ସ୍ୱୀକୃତିପ୍ରାପ୍ତ ଅଭିଜ୍ଞ ଟେକ୍ନିକାଲ ଅଫିସିଆଲ୍ ସମସ୍ତ ଖେଳ ପରିଚାଳନା ରେ ସହଯୋଗ କରିଥିଲେ l








