ହେଡଲାଇନସ୍:

"ସ୍କ୍ରବ୍ ଟାଇଫସ୍ " ରୁ କେମିତି ବଞ୍ଚିବେ : ଶୁଣନ୍ତୁ କଣ କହୁଛନ୍ତି ଯୁବ ଡାକ୍ତର ସୌରଭ ପାଣିଗ୍ରାହୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ବର୍ତ୍ତମାନ ପଶ୍ଚିମ ଓଡିଶାରେ କାୟା ବିସ୍ତାର କରିଥିବା "ସ୍କ୍ରବ୍ ଟାଇଫସ୍" ରେ ବର୍ତ୍ତମାନ ସୁଦ୍ଧା ବରଗଡ଼ ରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇ ସାରିଛି l କେମିତି ବଞ୍ଚିବେ "ସ୍କ୍ରବ୍ ଟାଇଫସ୍" ରୁ, ସେଥିପାଇଁ ଭିଡିଓ ମାଧ୍ୟମରେ ସଚେତନ କରୁଛନ୍ତି ଯୁବ ଡାକ୍ତର ସୌରଭ ପାଣିଗ୍ରାହୀ l "ସ୍କ୍ରବ୍ ଟାଇଫସ୍" ଏକ ବ୍ୟାକ୍ଟେରିଆ ଦ୍ଵାରା ହୋଇଥାଏ, ଯାହାକି "ଜିଗର" ନାମକ ଏକ କୀଟ ଦେହରେ ଥାଏ l ଏହି ପୋକ କାମୁଡ଼ିଲେ ସେହି ସ୍ଥାନରେ ପ୍ରଥମେ ଲାଲ ରଙ୍ଗ ହୋଇ ଥାଏ ଓ ପରେ ତାହା କଳା ରଙ୍ଗ ହୋଇଥାଏ l ଜ୍ଵର, ହାତ ଗୋଡ଼, ମୁଣ୍ଡ ବିନ୍ଧିବା, ଝାଡ଼ା ବାନ୍ତି ହେବା ଲକ୍ଷଣ ଦେଖା ଦେଇଥାଏ ଏବଂ ଜ୍ଵର ଛାଡିନଥାଏ l ଏହିପରି ଲକ୍ଷଣ ଦେଖାଗଲେ ଡାକ୍ତର ଙ୍କୁ ଦେଖାଇ IGM ଟେଷ୍ଟ କରି ତୁରନ୍ତ ଚିକିତ୍ସା କରିବା ପରାମର୍ଶ ଦେଇଛନ୍ତି l

0
0
0
s2sdefault