36ତମ ରାଜ୍ୟ ସ୍ତରୀୟ ମହିଳା ହ୍ୟାଣ୍ତବଲ ପ୍ରତିଯୋଗିତା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୭.୦୯.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ 36ତମ କାଞ୍ଚନ ସ୍ମାରକୀ ରାଜ୍ୟ ସ୍ତରୀୟ ମହିଳା ହ୍ୟାଣ୍ତବଲ ପ୍ରତିଯୋଗିତାର ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ,ଅର୍ଥନୀତିଜ୍ଞ ପ୍ରାଧ୍ୟାପକ ପ୍ରଦୀପ କୁମାର ଶତପଥୀ ଯୋଗଦେଇ ବିଜୟୀ ଯାଜପୁର ଦଳକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ । ରାଜ୍ୟ ହ୍ୟାଣ୍ତବଲ ଆସୋସିଏସନ୍ ର ସଭାପତି ବିପ୍ଳବ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ସମ୍ମାନିତ ଅତିଥି ରୂପେ ସାମାଜିକ କର୍ମୀ ହେମନ୍ତ କୁମାର ରଥ,ରାଜ୍ୟ ଆସୋସିଏସନ୍ ସମ୍ପାଦକ ମାସନ ସିଂ, ଭାରତୀୟ ହ୍ୟାଣ୍ତବଲ ସଂଘର ସହକାରୀ ସମ୍ପାଦକ ରିତିକ ଅଧିକାରୀ, ସାମାଜିକ କର୍ମୀ ପ୍ରଶାନ୍ତ କୁମାର ମଲ୍ଲିକ, ଜିଲ୍ଲା ହ୍ୟାଣ୍ଡବଲ ସଂଘର ମାର୍ଗଦର୍ଶକ ପ୍ରିୟନାଥ ରାୟ, ପ୍ରମୁଖ ଯୋଗଦେଇ ହ୍ୟାଣ୍ତବଲ ପ୍ରତିଯୋଗିତାର ଅଂଶ ଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଜିଲ୍ଲା ସଂଘର ସମ୍ପାଦକ ସାରଦା ପ୍ରସାଦ ଦାସ ଓ ଉପ ସଭାପତି ବିଜୟ କୁମାର ରାଉତ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ଯାଜପୁର ଜିଲ୍ଲା ୧୩/୦୮ ଗୋଲ ବ୍ୟବଧାନରେ ଗଂଜାମ ଜିଲ୍ଲା କୁ ହରାଇ କାଞ୍ଚନ ସ୍ମାରକୀ ମହିଳା ହ୍ୟାଣ୍ତବଲ ପ୍ରତିଯୋଗିତା-୨୦୨୩ ର ବିଜୟୀ ହୋଇଥିଲେ । ଉପ ବିଜେତା ଗଂଜାମ ଜିଲ୍ଲାକୁ କିଓରଓ୍ବାଲ ନରସିଂହୋମ ପରିଚାଳନା ନିର୍ଦ୍ଦେଶକ ଅଜଂନ ଦାସଙ୍କ ଦିଂବଗତ ମା" ଙ୍କ ସ୍ମୃତିରେ ରାଧାମଣୀ ଦାସ ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା।
ଯୁଗ୍ମ ଭାବେ ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲେ।  ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ରେଫ୍ରି ଭାବରେ ସଂଦୀପ ପାତ୍ର, ଶ୍ରେଷ୍ଠ ଖେଳାଳି ଭାବେ ଗଂଜାମ ଜିଲ୍ଲାର ବର୍ଷା ସେଠୀ, ଶ୍ରେଷ୍ଠ ଗୋଲକିପର ଭାବରେ ଯାଜପୁର ଜିଲ୍ଲାର ସ୍ବର୍ଣଲତା ପ୍ରଧାନ, ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବରେ କେନ୍ଦ୍ରାପଡ଼ା ଜିଲ୍ଲା ହ୍ୟାଣ୍ଡବଲ ଟିମ୍ ଓ ଜାତୀୟ ସ୍ତରୀୟ ରେଫ୍ରି ମାନସ ସାହୁଙ୍କୁ ସ୍ଵାତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା।
ଆଜିର ମ୍ୟାଚରେ ପ୍ରକାଶ ମିଶ୍ର,ଦିଲିପ ଦାସ,ଶୁସାନ୍ତ କୁମାର ଦାସ, ମନୋରଞ୍ଜନ ମିଶ୍ର,ଓ୍ବାଜଦ୍ବିତୀ ମହାନ୍ତି ,ରାହୁଲ ଖାନ, ରଶ୍ମି ରଞ୍ଜନ ଓଝା,ମାନସ ସାହୁ,ତାପସ ସାହୁ, ରବିନ୍ଦ୍ର ବାରିକ, ବୈଶାଳୀ ଭୋଇ, ପ୍ରଜ୍ଞା ପରମିତା ଚାନ୍ଦ, ଶକ୍ତି ରଞ୍ଜନ ରାୟ, ବ୍ରଜ କିଶୋର ଦାଶ,ଚନ୍ଦନ ପାତ୍ରି, ବିଶ୍ବରଂଜନ ପାତ୍ର,ସଂଦିପ ପାତ୍ର, ରଶ୍ମି ରଞ୍ଜନ ତ୍ରିପାଠୀ,ରୀନା ପ୍ରଧାନ, ପୁଷ୍ପାଞ୍ଜଳି ସ୍ବାଇଁ,ସଂଯୁକ୍ତା ଦାସ,କିରଣଵାଳା ସ୍ବାଇଁ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault