ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ 20 ଦଫା ଦାବି ନେଇ ବୈଠକ ଅନୁଷ୍ଠିତ ହୋଇଥିଲା. ଆଦର୍ଶ ବିଦ୍ୟାଳୟ ସଙ୍ଘ ଜିଲ୍ଲା ସଭାପତି ଶ୍ରୀରାମ ସାହୁ ସଭାପତିତ୍ୱ ରେ ଉପ ସଭାପତି ଆଲୋକ କୁମାର ଚାନ୍ଦ,ସମ୍ପାଦକ କୁମୁଦିନୀ ଭତରା, କୋଷାଧକ୍ଷ ପ୍ରିୟବ୍ରତ୍ତ ନାଗ,ଉପଦେଷ୍ଟା ସୁସେନ ଧାଳୀ,ସୁବାଷ ଭତରା,ହୀରାଧର ମାଝୀ,ରୋହିତ ନାଗ,ବାସୁଦେବ ଡାଙ୍ଗ,ମିନେଶ କୁମାର ହାଲବା ପ୍ରମୁଖ ଉପସ୍ଥିତ ରହି ଓଡିଶା ଆଦର୍ଶ ବିଦ୍ୟାଳୟ ର 20 ଦଫା ଦାବି ନେଇ ଆଲୋଚନା ହୋଇଥିଲା. ଏହି ବୈଠକରେ ସରକାରଙ୍କ ନିକଟରେ ଶିକ୍ଷକମାନଙ୍କର 20 ଦଫା ଦାବି ରହିଅଛି ସେଥିମଧ୍ଯରୁ ମୁଖ୍ୟ ଦାବି ହେଲା ଅନ୍ୟାନ୍ୟ ସରକାରୀ କର୍ମଚାରୀମାନଙ୍କ ପରି ଏଚ.ଆର୍.ଏମ.ଏସ ଏବଂ ଟ୍ରେଜେରୀ ଦ୍ବାରା ଦରମା ପ୍ରଦାନ, କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ପଦୋନ୍ନତି ନିୟମର ଚୂଡାନ୍ତ ଏବଂ ସର୍ଭିସ ନିୟମାବଳୀର ପ୍ରସ୍ତୁତି ଆଦିକୁ ପରିପୂରଣ ରାଜ୍ୟସରକାର ଯଦି ଦାବିଗୁଡିକୁ ଉପସ୍ଥାପନା କୋରାଯଇଥିଲା.ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ସେପ୍ଟେମ୍ବର 09 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ କଳା ବ୍ୟଜ ପିନ୍ଧି ଶାନ୍ତିପୂର୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ. କିନ୍ତୁ ଏହି ଦାବି ଗୁଡିକୁ ନେଇ ସରକାରୀ କୌଣସି ପଦକ୍ଷେପ ନେଇ ନାହାନ୍ତି. ଏହି 20 ଦଫା ଦାବି ପୂରଣ ନକରନ୍ତି ତେବେ ଯୋଜନା ଅନୁଯାୟୀ ଆଗକୁ ରାଜ୍ୟରେ କାର୍ଯ୍ୟରତ ସମସ୍ତ ରାଜ୍ୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର କର୍ମଚାରୀମାନେ ନିକଟ ଭବିଷ୍ୟତରେ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ମହାସଂଘର ସଭାପତି ଦୀପକ କୁମାର ରାଉଳ ସାଧାରଣ ସଂପାଦକ ସୁନୀଲ କୁମାର ସାହୁ ଆଦି ଚେତାବନୀ ଦେଇଛନ୍ତି.ଏହି କାର୍ଯ୍ୟକ୍ରମ ରେ ଛନ୍ଦା ଚରଣ ସେଠି,ସମୀର କୁମାର ବାଘ,ଆଶାଞ୍ଜଳି ବେହେରା,ଉପେନ୍ଦ୍ର ଶବର,ପ୍ରିୟବ୍ରତ ନାଗ,ତାରିଣୀ ପ୍ରସାଦ ପ୍ରଧାନ,ଶ୍ରୀନିବାସ ନାୟକ,ଭୂପେନ୍ଦ୍ର ବେଶେରା,ମାଧବ ମଣ୍ଡଳ ଓ ଜିଲ୍ଲା ଆଦର୍ଶ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ.
ରାଜ୍ୟ
20 ଦଫା ଦାବି ନେଇ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଙ୍ଘ ବୈଠକ.
- Hits: 271








