ପରିବେଶ ଏବଂ ସମାଜର ସୁରକ୍ଷା ପାଇଁ ବିଶ୍ଵକର୍ମା ପୂଜା ଅବସରରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ 800 ରୁ ଅଧିକ ତାଳ ମଞ୍ଜି ଓ ଗଜା ରୋପଣ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଆଜିର ସମାଜରେ "ବିଲୁପ୍ତ ଆମ ବାଡ଼ି ତାଳ ଗଛ" l ହଁ ଆଜ୍ଞା , ଚିନ୍ତା ଆଉ ନୈରାଶ୍ୟ ର ବିଷୟ ଏହିକି ଯେ ଆମ ବାଡ଼ି , ବିଲ, ନାଳ, ନଈ ପଠା, ଗାଁ ଗହିର ରେ ଆଉ ତାଳ ଗଛ ଦେଖିବାକୁ ମିଳୁନାହିଁ । ଦିନ ଥିଲା ଏହି ତାଳ ଗଛ ଆମ ଦୈନଦିନ ଜୀବନ ରେ ପ୍ରତେକ କାମ ରେ ଆସୁଥିଲା । ଆମ ସଂସ୍କୃତି,ପରମ୍ପରା ଓ ଭାବାବେଗ ସହ ଜଡ଼ିତ ଥିଲା । ତାଳ ଗଛ ର ପତ୍ର ବା ବରଡା ଠାରୁ ତାର ମୂଳ ପର୍ଯ୍ୟନ୍ତ ମଣିଷ ବ୍ୟବହାର କରୁଥିଲା l ନବ ଜାତକ ଶିଶୁ ର ଜନ୍ମ ଜାତକ ତାଳ ପତ୍ର ରେ ଲେଖା ଯିବା, ତାଳ ପତ୍ର ର ବିଛଣା, ଆସନି , ହାତ ପଙ୍ଖା, ଛତା , ପକ୍ଷୀୟା, ତାଟି , ଘର ଛପର , ପିଲା ମାନଙ୍କ ଖେଳନା ଆହୁରି ଅନେକ ହାତ ତିଆରି ଜିନିଷ ମାନ ତାଳ ପତ୍ର ରେ ତିଆରି ହେଇ ବ୍ୟବହାର ହେଉଥିଲା । ତାଳ ବାହୁଙ୍ଗା ରୁ ବାହାରୁଥିବା ନଇ ଘର ଛପର ଓ ଅନ୍ୟାନ୍ୟ କାମରେ ରଶି ଭାବେ ବ୍ୟବହୃତ ହେଉଥିଲା । ତାଳ ଗଣ୍ଡିରେ ସେଣା ହୋଇ ଚାଷ କାମରେ ପାଣି ମଡା ହେଉଥିଲା , ତାଳ ରୁଅ ବହୁତ୍ ମଜଭୁତ ଥିବାରୁ ଘରେ ଘରେ ବ୍ୟବହୃତ ହେଉଥିଲା । ତାଳ ଗଛ ରେ ମୂଳ ବା ଚେର ଥିବା ଅଂଶ ତାଳ ମୁଳି ଭାବେ ଆମ ମନ୍ଦିର ଓ ମଠ ମାନଙ୍କରେ ବାଦ୍ୟ ରୂପେ ବ୍ୟହୃତ ହେଉଛି । ଆଉ ତାଳ ସଜ, ପାଚିଲା ତାଳ ପିଠା ଓ ତାଳ ଗଜା ର ସ୍ଵାଦ ନିଆରା । ଆଜି ବି କୁମାର ପୂର୍ଣ୍ଣିମା ଉତ୍ସବ ରେ ତାଳ ଗଜା ଭୋଗ ସ୍ଵତନ୍ତ୍ର ପରିଚୟ ସାଇତି ରଖିଛି । ବାୟା ଚଢ଼େଇ ବସା ଯାହା ତାଳ ଗଛ ରେ ଝୁଲିଲା ବେଳେ ବାଟୋଇ ଠାରୁ କବି ଲେଖକ ମାନଙ୍କୁ ମନ୍ତ୍ର ମୁଗ୍ଧ କରୁଥିଲା।ଏତେ ସବୁ ଆବଶ୍ୟକତା ପୂରଣ କଲା ପରେ ବି ତାଳ ଗଛ ଆମକୁ କାଳ (ଘଡଘଡି) ଠାରୁ ରକ୍ଷା କରେ l ଆଜି ପବିତ୍ର ଦେବ ଶିଳ୍ପୀ ପ୍ରଭୁ ବିଶ୍ଵକର୍ମା ଙ୍କ ପୂଜା ଓ ସଂକ୍ରାନ୍ତି ରେ ସଚେତନ ନାଗରିକ ମଞ୍ଚ ର ସଭାପତି ଓ ସମସ୍ତ ସଦସ୍ୟ ମାନେ ଏହି ବିଲୁପ୍ତ ତାଳ ଗଛ କୁ ପୁନଶ୍ଚ ଉଜିବିତ କରିବା ପାଇଁ ୮୦୦ ତାଳ ମଞ୍ଜି ବା ଗଜା କୁ ବରପଡା , ତିନିମୁହାଣି , ରୁ ନାଗା ମଠ ପର୍ଯ୍ୟନ୍ତ ଉଭୟ କେନାଲ ଓ ନଦୀବନ୍ଧ ରେ ରୋପଣ କରି ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି । ଏକ ତାଳ ଗଛ ସମ୍ପୂର୍ଣ୍ଣ ରୂପେ ବଡ଼ ହେବାକୁ ୨୦/୩୦ ବର୍ଷ ସମୟ ନେବ ଆଉ ଆଗାମୀ ପିଢ଼ି କୁ ଏହା ନିଶ୍ଚିନ୍ତ ସୁରକ୍ଷା ଦେବା ସହ ସମସ୍ତ ଆବଶ୍ୟକତା ପୂରଣ କରିବ ବୋଲି ସଚେତନ ନାଗରିକ ମଞ୍ଚର ସଦସ୍ୟମାନେ ପ୍ରକାଶ କରିଛନ୍ତି l ଏପରିକି ଅନୁଷ୍ଠାନ ପକ୍ଷରୁ ସମସ୍ତ ଜନସାଧାରଣ ଙ୍କୁ ଗୋଟେ ଗୋଟେ ତାଳ ଗଛ ଲଗାଇବାର ସଂକଳ୍ପ ନେବା ପାଇଁ ଅନୁରୋଧ କରାଯାଇଛି l
ଏହି କାର୍ଯ୍ୟକ୍ରମ ରେ ସଚେତନ ନାଗରିକ ମଞ୍ଚ ନିଶ୍ଚିନ୍ତକୋଇଲି ର ସଭାପତି ମନୋଜ କୁମାର ମଲ୍ଲିକ, ସଭ୍ୟ ବଳରାମ ପତି, ସୁଧାଂଶୁ ଭୂୟାଁ, ଦେବେନ୍ଦ୍ର ଲେଙ୍କା, ଡ଼ଃ ଅଶ୍ୱିନୀ କୁମାର ଲେଙ୍କା, ପ୍ରକାଶ ସ୍ୱାଇଁ, ରବିନ କୁମାର ଦାସ, ସ୍ଵାଧୀନ ମଲିକ ଙ୍କ ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଏପରି କାର୍ଯ୍ୟକ୍ରମ କୁ ସାଧାରଣରେ ଦୃଢ଼ ପ୍ରଶଂସା କରାଯାଇଛି l

0
0
0
s2sdefault