ଜିଲ୍ଲାଦାବୀ ଆନ୍ଦୋଳନର ପଦ୍ମପୁର ନଗର ବୈଠକ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର: ସ୍ଥାନୀୟ ଟାଉନହଲରେ ଠାରେ ମନୋରଞ୍ଜନ ସିଂ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆସନ୍ତା ୨୪ ତାରିଖ ରବିବାର ଦିନ ଅଞ୍ଚଳବାସୀ ପଦ୍ମପୁର ଉପଖଣ୍ଡର ସମସ୍ତ ଜନସାଧାରଣ ଅନୁଷ୍ଠାନ ,କ୍ଳବ , ଓ ଯୁବ ସଂଗଠନକୁ ନେଇ ଏକ ଜିଲ୍ଲା ଅଗ୍ରଗତି ସମ୍ବନ୍ଧରେ ବୈଠକ ଅନୁଷ୍ଠିତ ହେବାପାଇଁ ପ୍ରସ୍ତାବ ଗୃହୀତ ହୋଇ ଏକ କାର୍ଯ୍ୟକାରୀ କମିଟୀ ଗଠନ କରାଯିବା ପାଇଁ ଘୋଷଣା କରାଯାଇଛି । ମିଳିତ କ୍ରିୟାନୁଷ୍ଠାନ କମିଟୀର ଆବାହକ ଅଜିତ ଶତପଥୀ ଙ୍କ ନେତୃତ୍ୱରେ ଆସନ୍ତା ୨୪ ତାରିଖ ବୈଠକ ଆହ୍ୱାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଶେଷରେ ସମନ୍ଵୟ କମିଟୀର ମନୋରଞ୍ଜନ ସିଂ ବରିହା , ଜୟନାରାୟଣ ତ୍ରିପାଠୀ ଓ ବିଜୟ କୁମାର ସାହୁ ଉପସ୍ଥିତ ସମସ୍ତ ଅନୁଷ୍ଠାନର ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault