ହେଡଲାଇନସ୍:

୧୬୨ତମ ସ୍ବଭାବ କବି ଗଙ୍ଗାଧର ମେହେର ଜନ୍ମ ଜୟନ୍ତୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ଠାରେ ୧୬୨ତମ ସ୍ବଭାବ କବି ଗଙ୍ଗାଧର ମେହେର ଜନ୍ମ ଜୟନ୍ତୀ ପାଲିତ ହୋଇଯାଇଛି। ଏହି କାର୍ୟ୍ଯକ୍ରମରେ ମୁଖ୍ଯବକ୍ତା ଭାବରେ ଉମେଶ ଚନ୍ଦ୍ର ମହାପାତ୍ର ବରିଷ୍ଠ ଇଂରାଜୀ ପ୍ରାଧ୍ୟାପକ ପଞ୍ଚାୟତ ମହାବିଦ୍ୟାଳୟ ବରଗଡ ଯୋଗଦାନ କରିଥିଲେ।ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ଯକ୍ଷ ଜଗଦୀଶ ଠାକୁର।ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଡକ୍ଟର ଜୟକେତନ ତ୍ରିପାଠୀ,ଅତିଥି ମାନଙ୍କର ଆସନ ଗ୍ରହଣ ପାଇଁ ନିମନ୍ତ୍ରଣ କରିଥିଲେ ବରିଷ୍ଠ ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଅର୍ଜୁନ ମହାନ୍ତି।ପ୍ରାରମ୍ଭିକ ସଂଗୀତଗାନ କରିଥିଲେ ମହାବିଦ୍ୟାଳୟର ଛାତ୍ରୀମାନେ ତୃପ୍ତି, ଦିପ୍ତି, ବବି, ଦଶମି, ଶ୍ରାବଣୀ, ସ୍ନେହା। ମୁଖ୍ଯବକ୍ତା ରମେଶ ମହାପାତ୍ର ସୁସ୍ଥ ସମାଜ ଗଠନରେ ଭୂମିକା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ।ପୁରସ୍କାର ବିତରଣରେ ଅରବିନ୍ଦ ପ୍ରଧାନ, ବୀଣାପାଣି ତାଣ୍ଡି,ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ସହଯୋଗ କରିଥିଲେ। ଧନ୍ଯବାଦ ଅର୍ପଣ କରିଥିଲେ ନାରାୟଣ ମିଶ୍ର। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

0
0
0
s2sdefault