ହେଡଲାଇନସ୍:

ପ୍ରଥମ ବିରୋଧୀ ଦଳ ନେତା ଡ଼.ସୂପକାରଙ୍କ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା : ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭାର ପ୍ରଥମ ବିରୋଧୀ ଦଳନେତା ତଥା ବିଶିଷ୍ଟ ସାହିତ୍ୟିକ ଡ଼. ଶ୍ରଦ୍ଧାକର ସୂପକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ସମଲେଶ୍ବରୀ ନର୍ସିଂ କଲେଜ ରେ ଅନୁଷ୍ଠିତ ଏହି ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ଡ଼ ସୂପକାର ନିଜକୁ ଜଣେ ମଧ୍ୟମ ପୁରୁଷ କହିଥିଲେ ସୁଦ୍ଧା ସେ ଜଣେ ମହାପୁରୁଷ ବୋଲି ବିଭିନ୍ନ ଉଦାହରଣ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାକୁ ନର୍ସିଂ ସ୍କୁଲର ପ୍ରଶାସନିକ ଅଧିକାରୀ ରଶ୍ମିକାନ୍ତ ସାମଲ ପରିଚଳନା କରିଥିବା ବେଳେ ଶେଷରେ ଛାତ୍ରୀ ସୁଶ୍ରୀ ଟିକିତା ବାଘ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଇଂଜିନିୟର ରୁଦ୍ର ପ୍ରତାପ ବାଘ,ମୁନିନ୍ଦ୍ର ନାଏକ, ଲିସା ମାଝୀ,ମିନାକ୍ଷୀ ଲୁହା, ସାବିତ୍ରୀ ବାଘ ପ୍ରମୁଖ ଡ଼. ସୂପକାର ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।ପ୍ରକାଶ ଥାଉକି ଡ. ସୂପକାର ସମ୍ବଲପୁର ର ଲୋକ ସଭା ସଦସ୍ୟ ଓ ଦୈନିକ ହୀରାଖଣ୍ଡ ର ସମ୍ପାଦକ ଭାବରେ ସୁଖ୍ୟାତି ଅର୍ଜନ କରିଥିଲେ ।ସେ ଲାଜପତ୍ ରାୟ ଆଇନ ମହାବିଦ୍ୟାଳୟ,ସମ୍ବଲପୁର ର ପ୍ରଥମ ଅଧ୍ୟକ୍ଷ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟ,ପୁରୀର ପ୍ରଥମ କୁଳପତି ଥିଲେ ।

0
0
0
s2sdefault