ହେଡଲାଇନସ୍:

ପ୍ରଫେସର ଦୀପ୍ତି ରଂଜନ ସାହୁ ପାଇଲେ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ; ଜଗତସିଂହପୁର ମାଟିର ମହକ ପ୍ରଫେସର ଦୀପ୍ତି ରଂଜନ ସାହୁଂକୁ ମିଳିଲା ସମ୍ମାନ ଜନକ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର। ପୁରୁଣା ବସନ୍ତ ପଂଚାୟତ ଅନ୍ତର୍ଗତ ଦେଉଳିସାହିରେ ଜନ୍ମିତ ଡ. ସାହୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ଯା କ୍ଷେତ୍ରରେ ପ୍ରଦତ୍ତ ଦେଶର ସର୍ବଶ୍ରେଷ୍ଠ ପୁରସ୍କାର ପାଇବାପାଇଁ ଯୋଗ୍ଯ ବିବେଚିତ ହୋଇଛନ୍ତି। ତାଂକ ଗବେଷଣା ପ୍ରାପ୍ତ ଜ୍ଞାନ କୌଶଳ ମାଧ୍ଯମରେ କେମିତି ଭୂକମ୍ପ ସମୟରେ ଧନ ଜୀବନକୁ ବଂଚାଯାଇ ପାରିବ ସେଥିପାଇଁ ତାକୁଂ ଏ ପୁରସ୍କାର ମିଳିଛି । “କଷ୍ଟ କଲେ କୃଷ୍ଣ ମିଳେ”-ଏହାକୁ ପ୍ରମାଣିତ କରିଛନ୍ତି ଡ ସାହୁ। ଦେଉଳିସାହିସ୍ଥ ଅନ୍ତଦୋୟ ଉଚ୍ଚ ବିଦ୍ଯାଳୟରୁ ମାଟ୍ରିକ ପାଶ୍ କଲାପରେ ସେ ସିଭିଲ୍ ଇଂଜିନିୟରିଂରେ ଡିପ୍ଲୋମା କରିଥିଲେ। ପରେ ଆଇ ଜି ଆଇ ଟି, ସରାଂଗରୁ ସ୍ନାତକ କଲାପରେ ସେ ପହଁଚିଥିଲେ ଆଇ ଆଇ ଟି କାନପୁରରେ। ସେଠାରୁ ସେ ଏମ୍ ଟେକ୍ ଏବଂ ପିଏଚ୍ ଡି କଲାପରେ ସେ ଅଧିକ ଗବେଷଣା ପାଇଁ ଆମେରିକାର ଟେକ୍ସାସ୍ ବିଶ୍ବବିଦ୍ଯଳୟରେ ଯୋଗ ଦେଇଥିଲେ । ବିଦେଶରୁ ଫେରି ସେ ପ୍ରଥମେ ଆଇ ଆଇ ଟି ଭୁବନେଶ୍ବର ଏବଂ ପରେ ଆଇ ଆଇ ଟି ଦିଲ୍ଲୀରେ ସହକାରୀ ପ୍ରଫେସର ଭାବେ ଯୋଗ ଦେଇଥିଲେ । ତାପରେ ସେ ଗବେଷଣାରେ ନିପୁଣତା ପ୍ରଦର୍ଶନ କରି ୨୦୨୨ ମସିହା ପାଇଁ ଏହି ମହତ୍ବପୂର୍ଣ୍ଣ ପୁରସ୍କାର ପଇବାରେ ଜଗତସିଁହପୁର ମାଟରୁ ସେ ତୃତୀୟ ବ୍ଯକ୍ତି। ତାକଂ ପୂର୍ବରୁ ବାଗସାହିର ପ୍ରଫେସର ଉମା ଚରଣ ମହାନ୍ତି ଏବଂ ସୁଜଂଗ-ମାଧପୁରର ଡ. ଜ୍ଯୋତିର୍ମୟୀ ଦାଶକୁଂ ଏହି ପୁରସ୍କାର ମିଳିଥିଲା।
ପ୍ରଫେସର ଦୀପ୍ତି ରଂଜନ ସାହୁ ଦେଉଳିସାହିର ଶ୍ରୀକୃଷ୍ଣ ସାହୁକଂ ଜ୍ଯେଷ୍ଠ ପୁତ୍ର। ଆଇ ଆଇ ଟି କାନପୁରରେ ଗବେଷଣା କରୁଥିଲାବେଳେ ଡ ଅଭୟ କୁମାର ନାୟକ ତାକୁଂ ସହଯୋଗର ହାତ ବଢେଇଥିଲେ। ସେତେବେଳେ ଡ ନାୟକ ଆଇ ଆଇ ଟି କାନପୁରର ସହକାରୀ କୁଳସଚିବ ଥିଲେ।

0
0
0
s2sdefault