ଜଗତସିଂହପୁର,ତା-୧୫.୦୯.୨୦୨୩/ସୁମନ୍ତ କୁମାର ଦାସ: ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମିଳିତ ସହଯୋଗରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜଗତସିଂହପୁର ସ୍ଥିତ ପ୍ରାଣକୃଷ୍ଣ ସ୍ମୃତି ବିଦ୍ୟାପୀଠ, ଜଅଁକୋଟି ପରିସରରେ ପ୍ରାୟ ବିଭିନ୍ନ ପ୍ରଜାତିର ୫୦୦ ବୃକ୍ଷ ଯଥା - ଲିମ୍ୱ, କରଞ୍ଜ, କୃଷ୍ଣଚୂଡ଼ା, ପିଜୁଳି, ଆମ୍ବ, ଅର୍ଜୁନ, ଜାମୁ ଆଦି ରୋପଣ କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ , ପ୍ରାଣକୃଷ୍ଣ ସ୍ମୃତି ବିଦ୍ୟାପୀଠ, ଜଅଁକୋଟିର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଶନ୍ନ ସ୍ୱାଇଁ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ବିଶ୍ବାଳ, ଆସ୍ଥାର ଅଧକ୍ଷ ଶ୍ରୀଯୁକ୍ତ ବାବୁଲି ସାହୁ, ଜଅଁକୋଟିର ସମିତି ସଭ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ପରିଜା, sbi bank ଜଗତସିଂହପୁର ର ଶାଖା ପ୍ରବନ୍ଧକ ସୁଶାନ୍ତ ସୁନୀଲ ଅଧିକାରୀ, ସର୍ବୋତ୍ତମ ସୋସିଆଲ ଅର୍ଗାନାଇସେସନ ର ସମ୍ପାଦିକା ସୁଶ୍ରୀ ଶ୍ରାବଣୀ ରାୟ ପ୍ରମୁଖ ଯୋଗଦାନ କରିଥିଲେl ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ର ଆବଶକ୍ୟତା ଓ ଉପକାରିତା ବିଷୟରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା l ବିଶ୍ଵରେ ଯେଭଳି ଦୃତ ଶିଳ୍ପାୟନ ତଥା ବିକାଶ ମୂଳକ ଯୋଜନା ଦ୍ଵାରା ଅବିଚାରିତ ଜଙ୍ଗଲ ଅପସାରଣ ହୋଇ ଚାଲିଛି ଏବମ୍ ବିଶ୍ଵ ତାପନ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଦେଖା ଦେଉଛି, ଜୈବ ବିଭିନ୍ନତାରେ ହ୍ରାସ ଘଟୁଛି ତାହାର ସମାଧାନ ପାଇଁ ବ୍ୟାପକ ବୃକ୍ଷ ରୋପଣ ଏବମ୍ ଜଙ୍ଗଲ ସୃଷ୍ଟି କରିବା ନିତାନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ lଉକ୍ତ କାର୍ଯ୍ୟକ୍ରମ କୁ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ର ସହ ସଂପାଦିକା ସୁଶ୍ରୀ ରୂପାଲି ମହାପାତ୍ର, ପୂନମ୍ ନାୟକ , ହୃଦାନନ୍ଦ ରାୟ ଏଵଂ ଭାରତ ଭୂଷଣ ରାୟ ଆଦି ପ୍ରମୁଖ ପରିଚାଳନା କରିଥିଲେ lଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପୃଷ୍ଠପୋଷକତାରେ ଏବମ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରକୃତି ପ୍ରେମୀ ଛାତ୍ର ଛାତ୍ରୀ ତଥା ଅନ୍ୟମାନେ ଯୋଗଦାନକରି ଉତ୍ସାହ ପ୍ରଦାନ କରିଥିଲେ l
ରାଜ୍ୟ
ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ତରଫରୁ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
- Hits: 407








