ହେଡଲାଇନସ୍:

ହିଞ୍ଜିଳିକାଟୁ ଫୋଟୋ ଏବଂ ଭିଡ଼ିଓ ୱେଲଫେୟାର ଆସୋସିଏସନର ବନ୍ଧୁମିଳନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ହିଞ୍ଜିଳିକାଟୁରୁ ରଜତ ପଟ୍ଟନାୟକ: ହିଞ୍ଜିଳିକାଟୁ ରେ  ସମଳାଇ ମନ୍ଦିର ଠାରେ ହିଞ୍ଜିଳିକାଟୁ  ଫୋଟୋ ଏବଂ ଭିଡ଼ିଓ ୱେଲଫେୟାର ଆସୋସିଏସନ ତତଫରୁ ସଭାପତି ଶ୍ରୀ ନବକଳେବର ପଣ୍ଡା ବା ଲିଲି ପଣ୍ଡା ଙ୍କ ପୌରହିତ୍ୟ ରେ ୫ତମ ବାର୍ଷିକ ଉତ୍ସବ ପାଳନ ହୋଇଥଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ବନ୍ଧୁମିଳନ ର ଆୟୋଜନ ହୋଇଥିଲା l ଏଥିରେ ସମ୍ପାଦକ ତାରା ପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ କରାଇବା ସହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ଏଥିସହ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ଉପ ସଭାପତି ନଳିନୀ କାନ୍ତ ମିଶ୍ର ସହସଂପାଦକ ରବିନାରାୟଣ ମହାନ୍ତି, ସୁନିଲ୍ କୁମାର ବାଡ଼ତ୍ୟା, ଟୁଟୁ ବାଡତ୍ୟା, ଲିଙ୍ଗରାଜ ଦାସ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଏକ କର୍ମଶାଳା ଆୟୋଜିତ କରାଯାଇଥିଲା l ଏଥିରେ ବହୁ ମାମି ଦାମୀ କମ୍ପାନୀର ଆଲବମ୍ ପ୍ରଦର୍ଶନ କରାଯାଇଥିଲା l ଏଥିରେ ନିକୋନ କମ୍ପାନୀ ତରଫରୁ ଶିକ୍ଷାଦାନ ବ୍ୟବସ୍ଥା ହୋଇଥିବା ବେଳେ ସିଟି ହସ୍ପିଟାଲ୍ ତରଫରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ମେଣ୍ଟୋରସ କମ୍ପାନୀ ର ସନ୍ତୋଷ କୁମାର ନିକନ କମ୍ପାନୀ ର ଦକ୍ଷିଣ ଓଡ଼ିଶା ମୂଖ୍ୟ ଦେବେଶ୍ ମାଝୀ ଓ ଏ ଏସ ଏମ ଦେବାଂଶୁ ପଟ୍ଟନାୟକ କର୍ମଶାଳା ପରିଚାଳନା କରିଥିବାବେଳେ ଏସୋଷୋଷିଏନ ର ବହୁ କର୍ମକର୍ତ୍ତା ସାହୋଯୋଗ କରିଥଲେ l

0
0
0
s2sdefault