ହେଡଲାଇନସ୍:

ଯାତ୍ରା କମିଟି ମହାସଂଘ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ ଯାତ୍ରା କମିଟି ମହାସଂଘ ପକ୍ଷରୁ ଶ୍ୟାସୁନ୍ଦରପୁର ସ୍ଥିତ ଚଣ୍ଡିଆ ପ୍ୟାଲେସରେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାର ସମସ୍ତ ୯ଟି ବ୍ଲକରୁ ଯାତ୍ରା କମିଟି ଗୁଡ଼ିକର ସଭାପତି ,ସମ୍ପାଦକ ଓ ସଭ୍ୟମାନେ ଯୋଗଦେଇ ଯାତ୍ରା ପାର୍ଟିର ମାଲିକ ମାନଙ୍କ ବେପରୁଆ ମନୋଭାବ,ଯାତ୍ରା କମିଟି ଗୁଡ଼ିକୁ ଅତ୍ୟଧିକ ଅର୍ଥ ଦାବି କରିବା ସହିତ ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନ କରିବା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।ସଂଗଠନର ସମସ୍ୟା ଗୁଡ଼ିକର ସମାଧାନ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପାଇଁ କମିଟି ଗୁଡ଼ିକର ସଦସ୍ୟ ମାନେ ସଭାପତିଙ୍କୁ ଅନୁରୋଧ କରିଥିଲେ ।ସଂଗଠନକୁ ସୁଦୃଢ କରିବା ପାଇଁ ହେଲେ ପ୍ରଥମେ ଯାତ୍ରା କମିଟି ଗୁଡ଼ିକୁ ଏକ ଜୁଟ ହେବାପାଇଁ ପଡ଼ିବ,କମିଟି ଗୁଡ଼ିକର ରେଜିଷ୍ଟ୍ରେସନ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବେ କରାଯିବା ଆବଶ୍ୟକତା ରହିଛି ବୋଲି ଏହି କାର୍ଯ୍ୟ କାରିଣୀ ବୈଠକର ଆଲୋଚନା କରାଯାଇଥିଲା ।କଳାକୁ ଉଜ୍ଜୀବିତ ରଖିବାକୁ ହେଲେ ଯାତ୍ରାରେ ଅଶ୍ଳୀଳତାକୁ ବିରୋଧ କରିବା ପାଇଁ ଯାତ୍ରା କମିଟି ଗୁଡ଼ିକୁ ମହାସଂଘର ରାଜ୍ୟ ସଭାପତି ପରାମର୍ଶ ଦେଇଥିଲେ । ପରିବାରର ସଦସ୍ୟ ମାନେ କିଭଳି ଭାବେ ଏକ ସ୍ଥାନରେ ବସି ଯାତ୍ରା ଦେଖିପାରିବେ ସେଥି ପାଇଁ ଯାତ୍ରାରେ ପ୍ରଦର୍ଶିତ ଅଶ୍ଳୀଳତାକୁ ବିରୋଧ କରିବା ପାଇଁ କମିଟି ଗୁଡ଼ିକୁ ଏହି ବୈଠକରେ ଆଲୋଚନା କରାଯାଇଥିଲା।କିଛି ବର୍ଷ ହେବ ଯାତ୍ରା ପାର୍ଟିର ମାଲିକ ମାନଙ୍କ ଦବଙ୍ଗ ଗିରି ବଢ଼ିବାରେ ଲାଗିଛି ।ପୂର୍ବରୁ ମାତ୍ର ଅଳ୍ପ କେତେ ଟଙ୍କା ଦେଇ ଜଣେ ଗରିବ ଶ୍ରେଣୀର ଲୋକ ଯାତ୍ରା ଟିକେଟ କରିବା ସହ ତାର ପରିବାର ସହିତ ବସି ଯାତ୍ରା ଦେଖିବାର ମଜା ନେଇପାରୁଥିଲା । ଆଧୁନିକ ଯୁଗରେ ଯାତ୍ରା ପାର୍ଟିର ମାଲିକ ମାନେ ଅଶ୍ଳୀଳତାକୁ ପ୍ରଶୟ ଦେଇ କମିଟି ଗୁଡ଼ିକୁ ଅଧିକ ପରିମାଣର ଅର୍ଥ ଦାବି କରି କମିଟି ଗୁଡ଼ିକୁ ଶୋଷଣ କରିବାରେ ଲାଗି ପଡ଼ିଛନ୍ତି।ଏହା ଦ୍ବାରା ଜଣେ ସାଧାରଣ ବ୍ୟକ୍ତିଟିଏ ମାନସିକ ସ୍ତରରେ ନିର୍ଯାତିତ ହେବା ସହ ପରିବାର ସହ ମିଶି ଯାତ୍ରା ଦେଖିବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହାର ପ୍ରତିବାଦରେ ୨୦୨୧ ମସିହାରେ ଯାତ୍ରା ମହା ସଂଘ ଗଠନ କରାଯାଇଥିଲା ।ପ୍ରଥମେ ରାଜ୍ୟରେ ୬୦ଟି କମିଟିକୁ ନେଇ ଏହି ସଂଘ ଗଠନ କରାଯାଇଥିଲା । ଅଦ୍ୟାବଧି କେନ୍ଦ୍ରାପଡ଼ାର ୧୧୦ ଗୋଟି ଯାତ୍ରା କମିଟି ଯୋଡ଼ି ହୋଇପାରିଛନ୍ତି । ଏହା ଏକ ରାଜ୍ୟ ସ୍ତରୀୟ ସଂଘ ହୋଇଥିବାରୁ ସାରା ରାଜ୍ୟର ଯାତ୍ରା କମିଟି ଗୁଡିକ ଏହି ମହା ସଂଘରେ ଯୋଗଦେଇ ସଂଘକୁ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।ତେବେ ଆଜି ଏହି ବୈଠକ ରେ ରାଜ୍ୟ ସଭାପତି ମାନସ ସାମନ୍ତ, ରାଜ୍ୟ ସମ୍ପାଦକ ଉମାକାନ୍ତ ମିଶ୍ର, ଜିଲ୍ଲା ସଭାପତି ମିହିର ସାମଲ, ଜିଲ୍ଲା ସମ୍ପାଦକ ବୈକୁଣ୍ଠନାଥ ପରିଡା, ସଂଯୋଜକ ସମୀର ବାରିକ, ଉପଦେଷ୍ଟା ଜ୍ଞାନବଲଭ ମହାନ୍ତି, କୋଷାଧକ୍ଷ ଗଣେଶ ପଟନାୟକ ପ୍ରମୁଖ ଯୋଗଦେଇଥିଲେ l

0
0
0
s2sdefault