ହେଡଲାଇନସ୍:

''ମୋ ଦେଶ ମୋ ମାଟି'' ପାଇଁ ଗଜପତିରୁ ମାଟି ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧନତା ସଂଗ୍ରାମୀଙ୍କ ସ୍ମୃତି ଉଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ଅମୃତ ବାଟିକା ନିର୍ମାଣ ଲାଗି ଦେଶର ବିଭିନ୍ନ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଉଛି। ଏହି ଅବସରରେ ଗଜପତି ଜିଲ୍ଲାରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ୨ ଦିନିକିଆ ଗସ୍ତରେ ପାରଳାଖେମୁଣ୍ଡିରେ ଆସି ପହଞ୍ଚିଛନ୍ତି। ରାମସାଗର ଛକ ନିକଟରେ ଭବ୍ୟ ସମ୍ବର୍ଦ୍ଧନା କରି ''ମୋ ଦେଶ ମୋ ମାଟି'' କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ପ୍ରଥମେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ସେଠାରୁ ଏକ ବିରାଟ ଶୋଭାଭାଯାତ୍ରା ବାହାରି ନଗର ପରିକ୍ରମା କରି ବଜାର ଛକ ନିକଟରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ , ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ , ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ , ରାଜ୍ୟ ସମ୍ପାଦକ ସରୋଜ କର , ଜିଲ୍ଲା ପ୍ରଭାରୀ ସରୋଜ ସାବତ , ମହିଳା ମୋର୍ଚ୍ଚା ଅରୁଣୀମା ସାହୁ , ବରିଷ୍ଠ ନେତା ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault