ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପଠାରେ ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଡ଼. ଅରୁଣ ସାହୁ,ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି,ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ,ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଯୁବକ ଓ ଛାତ୍ରମାନେ ତୃଣମୂଳ ସ୍ତରକୁ ଯାଇ ଲୋକମାନଙ୍କ ସମସ୍ୟା ବାବଦରେ ବୁଝିବା ଓ ତାର ସମାଧାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ସେ ବାବଦରେ ପରାମର୍ଶ ଦିଆଯାଇଥିଲା ।
ବିଶେଷ ଭାବରେ ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଛାତ୍ର ବିଜୁ ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ଧର୍ମଶାଳା ବିଧାୟକ ପ୍ରଣବ ବକବନ୍ତ ରାୟ ପ୍ରମୁଖ ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ କିଭଳି କାର୍ଯ୍ୟ କରିବେ ସେ ବାବଦରେ ଗୁରୁମନ୍ତ୍ର ଦେଇଥିଲେ ।








