ପଦ୍ମପୁର :- ଦେଶର ଭବିଷ୍ୟତ ପିଢ଼ି ,ଦେଶର ଯୁବ ସମାଜ ନିଜର ସାମାଜିକ ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ଯଥେଷ୍ଟ ସଚେତନ ଥିବା ସହିତ ସମାଜ ସେବା ପାଇଁ ମଧ୍ୟ ସର୍ବାଗ୍ରେ ଥିବାର ଆଭାସ ମିଳୁଛି । ଆଜି ଜଗତ ଜନନୀ ମାଁ ବିନ୍ଧ୍ୟବାସିନୀ ଙ୍କ ନାମରେ ନାମିତ , ପାଇକମାଲ ଯୁକ୍ତ ତିନି ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ର NSS ୟୁନିଟ ଓ ଓଡ଼ିଶା ମୋ ପରିବାର ର ମିଳିତ ପ୍ରୟାସ ରେ ଅୟୋଜିତ ରକ୍ତଦାନ ଶିବିର ରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରକ୍ତ ର ଅଭାବ କୁ ଦୂର କରିବା ପାଇଁ ଛାତ୍ର ଛାତ୍ରୀ ମାନେ ରକ୍ତଦାନ କରିଛନ୍ତି l ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଶିବିରକୁ ଉଦଘାଟନ କରି ମୁଖ୍ୟତଃ ଏହି ଶିବିର ରେ ଛାତ୍ରୀ ମାନଙ୍କ ଉତ୍ସାହ ଅନ୍ୟ ଅନୁଷ୍ଠାନ ମାନଙ୍କୁ ରକ୍ତଦାନ ପ୍ରତି ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ ବୋଲି କହିବା ସହିତ ଅୟୋଜକ ଓ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇ ଥିଲେ l
ବିନ୍ଧ୍ୟ ବାସିନୀ ମହାବିଦ୍ୟାଳୟ ଚେୟାରମ୍ଯାନ ବିଜୟ ସ୍ଵାଇଁ, ଅଧ୍ୟକ୍ଷ ଲୋହିତ କୁମାର ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପାଇକମାଲ ବ୍ଳକ ବିଜେଡି ସଭାପତି ରାଜେନ୍ଦ୍ର ରାଉତ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ଦଶରଥ ଚାନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଶିବିରରୁ ୩୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି l ଶିବିର କୁ ପଦ୍ମପୁର ରକ୍ତଭଣ୍ଡାର ର ସୁମିତ ସିହ୍ନା ପରିଚାଳନା କରିଥିବା ବେଳେ ଜୀବନ ବିନ୍ଦୁ ସହ ସଂଯୋଜକ ଶିବାଶିଷ ପଟ୍ଟନାୟକ , ଦୀପକ ସାହୁ, ହିତେଶ ସାହୁ, ରେଡକ୍ରସ୍ ଓ ଏନ୍ ଏସ୍ ଏସ୍ ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ l








