ହେଡଲାଇନସ୍:

ୟୁଏଆଇଏଲ୍‌ର ପ୍ରୋଜେକ୍ଟ କୁଶଳୀ ଗ୍ରାମାଞ୍ଚଳ ଯୁବବର୍ଗଙ୍କ ଜୀବନରେ ରୂପାନ୍ତରଣ ଆଣୁଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗ୍ରାମାଞ୍ଚଳ ସମୁଦାୟଙ୍କୁ ସଶକ୍ତ କରୁଛି ଓ ଆତ୍ମନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରୁଛି

ଭୁବନେଶ୍ଵର : ଆଦିତ୍ୟ ବିର୍ଲା ଗ୍ରୁପ୍‌ ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସ୍‌ନାଲ ଲିମିଟେଡ, ମେସର୍ସ ଶ୍ରୀ ଗଣେଶ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସହଯୋଗରେ ‘ପ୍ରୋଜେକ୍ଟ କୁଶଳୀ’ ଆରମ୍ଭ କରିଛି। ଗ୍ରାମାଞ୍ଚଳରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିର ବାତାୟନ ଉନ୍ମୁକ୍ତ କରିବା ଏହାର ଲକ୍ଷ୍ୟ। ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ୨୦୨୨ ଏପ୍ରିଲ ୧୩ରେ ଆରମ୍ଭ ହୋଇଥିବା ବେଶ୍ ପ୍ରଭାବଶାଳୀ ହୋଇଛି। ଏପର୍ଯ୍ୟନ୍ତ ୧୫୦ ଜଣ ଯୁବବର୍ଗ ଏହାଦ୍ଵାରା ଉପକୃତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ପ୍ରତି ଡ୍ରାଇଭର ଭାବରେ ଉପାର୍ଜନକାରୀ ନିଯୁକ୍ତି ପାଇଛନ୍ତି ।

ଶ୍ରୀ ମଜହର ବେଗ, ୟୁନିଟ ହେଡ ଆଣ୍ଡ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା କହିଛନ୍ତି, “ କୁଶଳୀ ଜରିଆରେ ଆମେ କେବଳ ଅତ୍ୟାବଶ୍ୟକ ଡ୍ରାଇଭିଂ କୁଶଳତା ଯୋଗାଇ ଦେଉନାହୁଁ, ତାହାସହିତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା ଏବଂ ଆତ୍ମବିଶ୍ଵାସ ଭାବ ଅନ୍ତର୍ନିବିଷ୍ଟ କରିପାରିଛୁ। ସେମାନଙ୍କର ସଫଳତା ଏହି କାର୍ଯ୍ୟକ୍ରମର ପ୍ରଭାବ ଏବଂ ଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଏହାର ସାମର୍ଥ୍ୟର ନିଦର୍ଶନ ହୋଇଛି।” ଉଭୟ ଲିସ୍ତୃତ ଜ୍ଞାନ ଏବଂ ବ୍ୟବହାରିକ ଅନୁଭୂତି ଉପରେ ଦୃଷ୍ଟି ନିବଦ୍ଧ କରି ଏହି ଏକମାସ ଅବଧୂର ତାଲିକ କାର୍ଯ୍ୟକ୍ରମ ଏହା ସୁନିଶ୍ଚିତ କରୁଛି ଯେ ଅଂଶଗ୍ରହଣକାରୀମାନେ ନିରାପଦ ଗାଡିଚାଳନା କୌଶଳ ଶିକ୍ଷାଲାଭ କରୁଛନ୍ତି। ଏହି ପାଠ୍ୟକ୍ରମରେ ମୌଳିକ କାର ନିୟନ୍ତ୍ରଣ କୁଶଳତା, ଗାଡି ଚାଳନା କୌଶଳ ଏବଂ ଟ୍ରାଫିକ ନିୟମ ଓ ନିୟାମକ ବ୍ୟବସ୍ଥା ସମ୍ପର୍କରେ ଗଭୀର ଭାବରେ ବୁଝିବା ବିଷୟ ଆଦି ରହିଛି। ଏହି କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ କରିବା ପରେ ଅଂଶଗ୍ରହଣକାରୀଙ୍କୁ ଗାଡି ଚାଳନା ଲାଇସେନ୍ସ ପ୍ରଦାନ କରାଯାଉଛି।

କାଶୀପୁର ଅନ୍ତର୍ଗତ ଜବାପଦର ଗ୍ରାମର ରାଜ ଖୁରା ନିଜ ଅନୁଭୂତି ବର୍ଣନା କରିଥିଲେ। ସେ କହିଥିଲେ, “ ଉତ୍କଳ ଆଲୁମିନାର ଡ୍ରାଇଭିଂ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଗ୍ରାମରେ ମୋ ପାଇଁ ନିଯୁକ୍ତି ସମ୍ଭାବନା ସୀମିତ ଥିଲା। ତେବେ ତାଲିମ ଶେଷ କରି ଡ୍ରାଇଭିଂ ଲାଇସେନ୍ଟ ହାସଲ କରିବାପରେ ମୋ ଜୀବନରେ ସକରାତ୍ମକ ମୋଡ ଆସିଛି। ଏବେ ମୁଁ ଏକ ପରିବହନ କମ୍ପାନୀର ଜଣେ ଡ୍ରାଇଭର ଭାବରେ ନିଯୁକ୍ତି ପାଇଛି ଏବଂ ଏହି ସୁଯୋଗ କେବଳ ମୋର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିନାହିଁ, ତାହାସହିତ ମୋର ଆତ୍ମସମ୍ମାନକୁ ବହୁଗୁଣିତ କରିଛି । ଡ୍ରାଇଭିଂ କ୍ଷେତ୍ରରେ ଏକ ପରିପୂର୍ଣ୍ଣ କ୍ୟାରିୟର କରିବା ଦିଗରେ ଆବଶ୍ୟକ କୁଶଳତା ଯୋଗାଇ ଦେଇଥିବାରୁ ମୁଁ ଉତ୍କଳ ଅମୁନା ନିକଟସ୍ଥ କୃତଜ୍ଞ ।"

ଅନୁରୂପ ଭାବରେ କୋରାପୁଟର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ଗ୍ରାମର ପ୍ରମୋଦ ଭାଗ ନିଜର କୃତଜ୍ଞତା ପ୍ରକାଶ କରି କହିଛନ୍ତି, “ଉତ୍କଳ ଆଲୁମିନାର ଡ୍ରାଇଭିଂ କୁଶଳତା ବିକାଶ କାର୍ଯ୍ୟକ୍ରମ ମୋ ପାଇଁ ବିରାଟ ପରିବର୍ତ୍ତନ

ଆଣିଦେଇଛି। ତାହା ପୂର୍ବରୁ ମୁଁ ବେରୋଜଗାର ଥିଲି। ଏବେ ମୁଁ ଜଣେ ପେଷାଦାର ଡ୍ରାଇଭର ଭାବରେ କାର୍ଯ୍ୟ କରୁଛି । ଏହି ସୁଯୋଗ ମୋତେ ସ୍ଵାଧୀନଚେତା କରାଇବା ସହିତ ଆର୍ଥିକ ସ୍ଥିରତା ଆଣିଦେଇଛି। ”

ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀ ବହୁଳ ଆଭ୍ୟନ୍ତରୀଣ ଅଞ୍ଚଳର ସାମାଜିକ-ଅର୍ଥନୈତିକ କଲ୍ୟାଣ ଏବଂ ଜନସାଧାରଣଙ୍କ ଜୀବନରେ ରୂପାନ୍ତରଣ ଆଣିବା ଦିଗରେ ପ୍ରତିବନ୍ଧ ରହିଛି। ୟୁଏଆଇଏଲ୍‌ର ସମସ୍ତ ପ୍ରକଳ୍ପ ଶ୍ରୀମତୀ ରାଜଶ୍ରୀ ବିର୍ମାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଥିବା ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭସ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ମାର୍ଗଦର୍ଶନରେ କାର୍ଯ୍ୟକାରୀ କରାଯାଉଛି । ଉତ୍କଳର ନିୟୋଜନତା ଓଡ଼ିଶାର ୨୫ଟି ଗ୍ରାମପଞ୍ଚାୟତର ୨୩୨ଟି ଗ୍ରାମରେ ରହିଛି। ୟୁଏଆଇଏଲ୍ ୟୁଏନ୍ଏସ୍‌କି ଅନୁଯାୟୀ ତାହାର ଶିକ୍ଷା, ସ୍ୱାସ୍ଥ୍ୟଯନ୍ତ୍ର, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ଜନସାଧାରଣଙ୍କର ସାମାଜିକ-ଅର୍ଥନୈତିକ ସମସ୍ୟାଗୁଡିକ ସମାଧାନ ଆଦି ପାଞ୍ଚଟି କ୍ଷେତ୍ରରେ କାର୍ଯ୍ୟକାରିତା ଜରିଆରେ ୨,୦୧,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସମୃଦ୍ଧ କରୁଛି ।

0
0
0
s2sdefault