ହେଡଲାଇନସ୍:

ପୁଣି ମହାପ୍ରଭୁଙ୍କ ନୀତିକାନ୍ତି ଠପ୍ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ (ଅନିମେଶ ପଟ୍ଟନାୟକ): ଶୁକ୍ରବାର ଶ୍ରୀମନ୍ଦିରରେ ସେବାକୁ ନେଇ ବିବାଦ । ଫଳରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି । ମଙ୍ଗଳ ଆଳତି ପରେ ନୀତିକାନ୍ତି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଜଣେ ସିଂହାରୀ ସେବକଙ୍କୁ ନେଇ ଏ ବିବାଦ ଉପୁଜିଛି । ସେବକ ଜଣଙ୍କୁ ପୂର୍ବରୁ ନିଜ ସେବାରୁ ନିବୃତ୍ତ କରାଯାଇଥିଲା । ଏହା ସତ୍ୱେ ବି ସେ ଆଜି ସେବା କରିବାକୁ ଆସିଥିଲେ । ଫଳରେ ଅନ୍ୟ ସେବାୟତ ଏହାକୁ ବିରୋଧ କରିବା ଯୋଗୁଁ ନୀତିକାନ୍ତି ଆଗକୁ ବଢି ପାରୁନଥିବା ଜଣା ପଡ଼ିଛି । ବିବାଦ ତୁଟାଇବାକୁ ଶ୍ରୀମନ୍ଦିରରେ ନୀତି ପ୍ରଶାସକ ଉପସ୍ଥିତ ରହିଛନ୍ତି । ବିଭିନ୍ନ ନିଯୋଗଙ୍କ ସହ ଆଲୋଚନା ଜାରିରହିଥିବା ଜଣାପଡ଼ିଛି ।

0
0
0
s2sdefault