ହେଡଲାଇନସ୍:

ମହମ୍ମଦପୁର ପଂଚାୟତର ୯,୧୦,୧୧ ନଂ ୱାର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରୁ ବର୍ଷାଜଳ ନିଷ୍କାସନ ରେ ବ୍ୟାଘାତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଯାତାୟତରେ ବାଧା : ବହୁ ରୋଗରେ ସାଧାରଣ ଜନସାଧାରଣ ପୀଡ଼ିତ

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ମହମ୍ମଦପୁର ପଂଚାୟତର ୯, ୧୦,୧୧ ନଂ ୱାର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । ଗତ ଦୁଇ ଦିନ ହେବ ଲଘୁଚାପଜନିତ ବର୍ଷାରେ ଉକ୍ତ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ଯାତାୟତରେ ସମସ୍ୟା ଉପୁଜୁଛି । ଏହି ରାସ୍ତା ଦୁଇ ପାଶ୍ୱର୍ରେ ଥିବା ଗ୍ରାମବାସୀମାନେ ଜଳବନ୍ଦୀରେ ରହି ଘରୁ ବାହାରି ପାରୁନଥିବା ପ୍ରକାଶ କରିଛନ୍ତି । ଏହି ଜଳ ନିଷ୍ପାସନ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଥିବାବେଳେ ଏହା ବର୍ତମାନ ଚରମ ସୀମାରେ ପହଂଚିଲାଣି । ଜଳ ନିଷ୍କାସନ ପଥରେ କେତେକ ଲୋକ ନୂତନ ଭାବେ ଘର ନିର୍ମାଣ କରିଦେଇଥିବାରୁ ଏଭଳି ସମସ୍ୟା ଉପୁଜିଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଉକ୍ତ ୩ଟି ୱାଡର଼୍ର ଶହ ଶହ ଲୋକ ଯାତାୟତ କରୁଥିଲାବେଳେ ଏହା ପାଶ୍ୱର୍ରେ ଥିବା ବିଦ୍ୟାଳୟକୁ ମଧ୍ୟ ଛୋଟ ଛୋଟ ଛାତ୍ର ଛାତ୍ରୀମାନେ ଯାଇଥାନ୍ତି । ବର୍ତମାନ ରାସ୍ତାରେ ପାଣି ଜମି ରହିଥିବାରୁ ସ୍କୁଲ ଛାତ୍ର ଛାତ୍ରୀ ଓ ଗ୍ରାମବାସୀମାନେ ହନ୍ତସନ୍ତ ହେଉଛନ୍ତି । ବହୁ ସମୟ ଧରି ରାସ୍ତାରେ ପାଣି ଜମି ରହିବା ଦ୍ୱାରା ଏଥିରେ ବିଭିନ୍ନ ଅଳିଆ ଆବର୍ଜନା ଓ ଗଛପତ୍ର ପଡ଼ି ପଚି ଦୁର୍ଗନ୍ଧ ହୋଇ ଦୂଷିତ ପରିବେଶ ସୃଷ୍ଟି କରିବା ସହିତ ବିଭିନ୍ନ ସରୀସୃପ ଜାତୀୟ ପ୍ରାଣୀ ଆସି ଘରେ ଭିତରେ ପଶି ବିପଦ ସୃଷ୍ଟି କରୁଥିବା ଦେଖାଦେଇଛି । ଏହାଛଡ଼ା ଏଭଳି ପରିବେଶରେ ପ୍ରବଳ ମାତ୍ରାରେ ମାଛି ଓ ମଶା ବ୍ୟାପିବା ଯୋଗୁଁ ମ୍ୟାଲେରିଆ ଓ ଡେ଼ଙ୍ଗୁ ଭଳି ମାରାତ୍ମକ ଜ୍ୱରରେ ଲୋକମାନେ ପିଡ଼ିତ ହେଉଥିବା ଅଭିଯୋଗ ହୋଇଛି । ଏହାଛଡ଼ା ଦୂଷିତ ପାଣି ଭିତରେ ପଶି ଲୋକମାନେ ଯାତାୟତ କରୁଥିବାରୁ ସ୍କୁଲର ଛାତ୍ର ଛାତ୍ରୀ ଓ ଛୋଟ ପିଲାମାନେ ଥଣ୍ଡା, ଜ୍ୱର ଆଦି ରୋଗରେ ପୀଡ଼ିତ ମଧ୍ୟ ହେଉଛନ୍ତି । ଏହି ରାସ୍ତାରୁ ଜଳ ନିଷ୍କାସନ ପାଇଁ ୫ଟି ସଚିବଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଉକ୍ତ ରାସ୍ତାରୁ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ପ୍ରଶାସନ ଠାରେ ଦାବି କରିଛନ୍ତି ।

0
0
0
s2sdefault