ରାଉରକେଲା, (ବସନ୍ତ କୁମାର ଜେନା):- ଏକଦା ଓଡିଆ ସାଧବ ପୁଅ ବଣିଜ ବେପାର କରିବା ପାଇଁ ବାଲି, ଯାଭା, ସୁମାତ୍ରା, ବୋର୍ଣ୍ଣିଓ ପ୍ରଭୃତି ଅଂଚଳକୁ ଯାତ୍ରା କରି ସେଠାରେ ଓଡିଶାର ସଂସ୍କୃତି ଓ ପରମ୍ପରା କୁ ପ୍ରଚାର ପ୍ରସାର କରିବା ସହ ଅର୍ଥନୈତିକ କ୍ଷେତ୍ରରେ ନିଜକୁ ସୁଦୃଢ କରିପାରିଥିଲେ । ତେବେ ସେହି ପୁରୁଣା ସ୍ମୃତିକୁ ମନେପକାଇବା ତଥା ଦୁଇ ଦେଶ ମଧ୍ୟରେ ଭାବର ଆଦାନ ପ୍ରଦାନ, ଓଡିଶା ର ସଂସ୍କୃତି ଐତିହ୍ୟ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ 'ବାଲି ରେ ବାଲିଯାତ୍ରା' କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ପର୍ଯ୍ୟନ୍ତ ବାଲି ଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଭୁବନେଶ୍ଵର ର କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ ଫେଡେରେସନ ତରଫରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଉରକେଲା ର ନୃତ୍ୟ ମଧୁରମ ର ଗୁରୁ ସୁବ୍ରତ କୁମାର ଭୂୟାଁଙ୍କ ନେତୃତ୍ବରେ ୨୧ଜଣିଆ ନୃତ୍ୟ ଶିଳ୍ପୀ ସାମିଲ ହେବେ। ସେଥିମଧ୍ୟରୁ ୮ଜଣ ଓଡିଶୀ ନୃତ୍ୟ ଓ ଅନ୍ୟମାନେ ବିହୁ,ଶତ୍ରିୟ ତଥା ଓଡିଶାର ପଟ୍ଟଚିତ୍ର ରେ ଅଂଶଗ୍ରହଣ କରିବେ। ଏହାସହ ଫେସନ ସୋ ରେ ମଧ୍ୟ ଭାଗ ନେବେ। ଏହି କାର୍ଯ୍ୟକ୍ରମରେ ବାଲି ର ସାଂସଦ ଡଃ ଆର୍ଯ୍ୟ ଉଦୟକରନ, ସେଠାକାର ଚ୍ୟାମ୍ବର ଅଫ୍ କମର୍ସର ସଭାପତି ମନୀଷ ତ୍ରିପାଠୀ ଉପସ୍ଥିତ ରହିବେ ବୋଲି ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଫେଡେରେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ବିଭୁ ପ୍ରସାଦ ସ୍ବାଇଁ, ଗୁରୁ ସୁବ୍ରତ କୁମାର ଭୂୟାଁ, ସମାଜସେବୀ ଜୋୟା ତ୍ରିପାଠୀ,ଲୁସି ଦାଶ, ପ୍ରତିକ୍ଷା ଦାସ,ବସିଦା ପଟ୍ଟନାୟକ ଓ ଅଭିପ୍ସା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଆସନ୍ତା ୨୯ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ବାଲିରେ ବାଲିଯାତ୍ରା
- Hits: 257








