ହେଡଲାଇନସ୍:

ହିନ୍ଦୀ ଦିବସ ସମାରୋହ ; ହିନ୍ଦୀ ସର୍ବାଧିକ ପ୍ରଚାର, ପ୍ରସାର ଓ କଥିତ ଭାଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା):- ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଦ୍ବାରା ହିନ୍ଦୀ ଦିବସ ସମାରୋହ ସେକ୍ଟର ୧୮ ଇସ୍ପାତ ଦୀପିକା ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଦନର ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲଙ୍କ ସଭାପତିତ୍ବ ଓ ସଂସ୍ଥାନର ସଂପାଦକ ଡଃ ଜଗନ୍ନାଥ ମିଶ୍ରଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ବବନ ପ୍ରସାଦ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଗ୍ରେସୀ ଡେଭିଡ,ଅନିତା ଅଗ୍ରୱାଲ ପ୍ରମୁଖ ଯୋଗଦେଇ ହିନ୍ଦୀ ଦିବସ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ସମଗ୍ର ଭାରତବର୍ଷକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ହିନ୍ଦୀ ଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ହିନ୍ଦୀ ରାଷ୍ଟ୍ର ଭାଷା ହେବା ଜରୁରୀ। ଭାଷା ଓ ସଂସ୍କୃତି ପରସ୍ପର ପରିପୂରକ । ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଭାଷା ଦିବସ ପାଳନ କରାଯାଉଛି। ଭାରତରେ ସର୍ବାଧିକ ପ୍ରଚାର ପ୍ରସାର ଓ କଥିତ ଭାଷା ରୂପେ ହିନ୍ଦୀ କୁ ବ୍ୟବହାର କରାଯାଉଛି। ପ୍ରାରମ୍ଭରେ ସଂପାଦକ ଡଃ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ହିନ୍ଦୀ ଦିବସ ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଉତ୍କଳମଣି ଗୋପବନ୍ଧୁ ଶିକ୍ଷା ଏବଂ କଲ୍ୟାଣ ଟ୍ରଷ୍ଟ ର ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ସ୍ବାଗତ ଭାଷଣ ରଖିଥିବା ବେଳେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସବିତା ମିଶ୍ର ବେଦ ମନ୍ତ୍ର ଉଚ୍ଚାରଣ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ବିଭିନ୍ନ ବିଦ୍ୟାଳୟର ପ୍ରତିଯୋଗୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସଂପାଦକ ନିଧି ସଂହଲ,କୋଷାଧ୍ୟକ୍ଷ ଅସୀମା ମିଶ୍ର,ପରିଚାଳନା କମିଟିର ସଦସ୍ୟ ଅଲେଖ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷାସଦନର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।

0
0
0
s2sdefault