ରାୟଗଡ଼ା ରୁ ବୈକୁଣ୍ଠ ଦୁରିଆ - ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ଅଂଚଳରେ ହିଂସାତ୍ମକ କାର୍ଯ୍ୟ କରୁଥିବାରୁ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ବିରୋଧ କରିଛି ବିଜେଡ଼ି ଦଳ । ଏନେଇ କାଶୀପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି କର୍ମୀମାନେ କହିଛନ୍ତି ଯେ, କାଶୀପୁର ଏକ ଅନୁନ୍ନତ ଅଂଚଳ । ତେବେ ଏଠାରେ ଖଣି ରହିଛି । ଏହି ଖଣିକୁ ଉତୋଳନ କରାଯିବାକୁ ନେଇ ବର୍ତମାନ କିଛି ମାସ ହେଲା ଅଂଚଳରେ ଆନ୍ଦୋଳନ ଜୋର ଧରିଛି । ତେବେ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା କାହିଁକି ଅଂଚଳରେ ପଶି ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି ବିଜେଡ଼ି କର୍ମୀମାନେ । କୋଭିଡ଼ ସମୟରେ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେତେବେଳେ ସେ କାହିଁକି ଆସିନଥିଲେ ବିଜେଡ଼ି ପ୍ରଶ୍ନ କରିଛି । ତେଣୁ ଆମ ଅଂଚଳର ଅସୁବିଧା ସୁବିଧା ଆମେ ନିଷ୍ପତି ନେବୁ । ଏଥିରେ ବାହାର ଲୋକଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି । ତେବେ କାଶିପୁର ବ୍ଲକ ର ବରିଷ୍ଠ ନେତା ଜଗଦିଶ ପାତ୍ର କହିଛନ୍ତି । ତେବେ ଏହି ସମ୍ମିଳନୀରେ ବିଜେଡି ର ବ୍ଳକ ଚେରମେନ କଣ୍ଟେଶର ମାଝୀ,ରତି ନାଏକ,ସରତ ଗଉଡ଼, ରତ୍ନମାଳା ପରିଛା, ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ବିରୋଧରେ ନେଇ କାଶିପୁର ଠାରେ ବିଜେଡ଼ିର ପ୍ରେସମିଟ୍
- Hits: 273









