ହେଡଲାଇନସ୍:

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର୍ ସିକ୍ୟୁରିଟି ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ତାଲୁକା ଆଇନ୍ ସେବା କମିଟି ତରଫରୁ ସାମାଜିକ ଗଣମାଧ୍ୟମ ନିରାପତ୍ତା ଏବଂ ସାଇବର୍ ଅପରାଧ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ତାଲୁକା ଆଇନ୍ ସେବା କମିଟି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଳାଜଜ୍ ଦେବଦତ୍ତ ପଟ୍ଟନାୟକ ଉଦ୍‌ଘାଟକ ରୂପେ ଯୋଗ ଦେଇଥିବା ବେଳେ ସବଡିଭିଜନ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଅମିତ୍ କୁମାର, ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ସନ୍ଧ୍ୟା ସୁଚରିତା, ଆସିଷ୍ଟାଣ୍ଟ କଲେକ୍ଟର୍ ସୁନନ୍ଦ ଶେଖର୍ ସାହାଣି, ତାଲୁକା ଆଇନ୍ ସେବା କମିଟି ସଭ୍ୟ ଡ.ପୂର୍ଣ୍ଣଚନ୍ଦ୍ର ତ୍ରୀପାଠି, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଶ୍ୱମିତ୍ରା ହରପାଲ୍,ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ,ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଡଃ ସଂଯୁକ୍ତା ପଣ୍ଡା ପ୍ରମୁ୍ଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ସାଇବର୍ ଠକେଇ ଶିକାରର କାରଣ , ନିରାକରଣ ଏବଂ ସାଇବର୍ ଅପରାଧର ବିଭିନ୍ନ ଦିଗ ଉପରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ I

ସମାଜର ସମସ୍ତ ବର୍ଗର ବ୍ୟକ୍ତି କିପରି ସାଇବର୍ ଠକେଇରୁ ସୁରକ୍ଷିତ ରହିବେ ଏବଂ ମୋବାଇଲ୍ ର ଉପଯୁକ୍ତ ବ୍ୟବହାର ଏବଂ ସାଇବର୍ ଠକେଇର ବିଭିନ୍ନ ଆଇନ୍ ସମ୍ପର୍କରେ ବୁଝାଇଥିଲେ I ସାଇବର୍ ଠକେଇରୁ ମୁକ୍ତି ପାଇବା ପାଇଁ ସ୍ଥାନୀୟ ପୋଲିସ୍ ଏବଂ ସାଇବର୍ ଥାନାର ସହାୟତା ନେବାପାଇଁ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥି I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶୈକ୍ଷିକ ଏବଂ ଅଣଶୈକ୍ଷିକ କର୍ମଚାରୀ ସହଯୋଗ କରିଥିବା ବେଳେ ଅଧ୍ୟକ୍ଷା ଡଃ ସଂଯୁକ୍ତା ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault