ହେଡଲାଇନସ୍:

ଲାଞ୍ଚ ନେବା ଭିଡିଓ ଭାଇରାଲ : ଏଏସଆଇକୁ ନିଲମ୍ବିତ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଏସପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ରେ ଦେଖିବାକୁ ମିଳିଛି ଏକ ଲଜ୍ୟା ଜନକ ଘଟଣା। ମୟୂରଭଞ୍ଜ ଜିଲ୍ଲା ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ। ଯଦି ରଷକ ସାଜେ ଭକ୍ଷକ ତାହା ସମାଜ ଉପରେ କେତେ ଖରାପ ପ୍ରଭାବ ପଡ଼ିବ ତାହା କଳ୍ପନା ବାହାରେ ।ତେବେ ମୟୂରଭଞ୍ଜ ଜିଲ୍ଲା ର ବିଶୋଇ ଥାନା ଏସ. ଆଇ. ଖୁଲ୍ଲମ ଖୁଲ୍ଲା ଲାଞ୍ଚ ନେବା ର ଭିଡିଓ ହେଲା ଭାଇରାଲ । ସୂଚନା ଅନୁଯାୟୀ କୌଣସି କେଶ୍ ର ରଫାଦଫା କରିବାକୁ ସିଧାସଳଖ ନେଉଥିଲେ ଟଙ୍କା ବୋଲି ଜଣା ପଡ଼ିଥିବା ବେଳେ ଏ ଘଟଣାଟି ଅଳ୍ପ କିଛି ଦିନର ବୋଲି ଜଣାପଡିଛି। ସେ ପୋଲିସ ବାବୁ ଜଣକ ହେଲେ ବିଶୋଇ ଥାନାର ଖୋଦ ଏ.ଏସ.ଆଇ. ଅବଦୁଲ ମତଲବି ଖାନ୍। ତେବେ ଲାଞ୍ଚ ନେବା ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ବିବାଦୀୟ ଏ ଏସ ଆଇ ଙ୍କୁ ମୟୂରଭଞ୍ଜ ଏସପି ବି . ଗଙ୍ଗାଧର ଚାକିରିରୁ ନିଲମ୍ବିତ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 

0
0
0
s2sdefault