ହେଡଲାଇନସ୍:

ଭଟଲି ରେ ବିଜେପି କୁ ଆହୁରି ଗୋଟିଏ ଶକ୍ତ ଝଟକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମର୍ଥକ ମାନଙ୍କ ସହିତ ବିଜେପି ଛାଡି ବିଜେଡି ରେ ମିଶିଲେ 25ରୁ ଅଧିକ ନେତା

ବରଗଡ :- ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ତୃଣମୂଳ ସ୍ତରରେ ସ୍ପଷ୍ଟ ଭାବରେ ଦେଖାଯାଇଛି । ବର୍ତ୍ତମାନ ର ମାନ୍ୟବର ବିଧାୟକ ଙ୍କର ପୂର୍ବରୁ ଭଟଲି ନିର୍ବାଚନ ମଣ୍ଡଳୀର ଚିତ୍ର ଓ ଆଜିର ଚିତ୍ର ଭିତରେ ରହିଛି ଆକାଶ ପାତାଳ ର ଫରକ । ରାସ୍ତା , ପୋଲ , ସ୍ୱାସ୍ଥ୍ୟ ସେବା , ବିଦ୍ୟୁତ ବ୍ୟବସ୍ଥା , ଶିକ୍ଷା ସଂସ୍ଥା ରେ ଭିତ୍ତିଭୂମି ର ବିକାଶ , ପର୍ଯଟନ , ଜଳସେଚନ , ପାନୀୟ ଜଳ ଏହିଭଳି ସବୁ କ୍ଷେତ୍ରରେ ଭଟଲି ନିର୍ବାଚନ ମଣ୍ଡଳୀରେ ଆମୂଳଚୂଳ ପରିବର୍ତ୍ତନ ହୋଇଛି । 2009 ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀର ଅଧିକାଂଶ ଗ୍ରାମକୁ ଯାତାୟାତ ର କୋଣସି ସୁବ୍ୟବସ୍ଥା ନ ଥିବା ବେଳେ ଆଜି ଦୃଶ୍ୟପଟ ସମ୍ପୂର୍ଣ୍ଣ ଭିନ୍ନ । ଏହି ସବୁ ପରିବର୍ତ୍ତନ କୁ ଆଉ କେହି ସ୍ୱୀକାର କରନ୍ତୁ ବା ନ କରନ୍ତୁ , କିନ୍ତୁ ନିର୍ବାଚନ ମଣ୍ଡଳୀର , ଦଳ ମତ ନିର୍ବିଶେଷରେ ସମସ୍ତେ ସ୍ୱୀକାର କରୁଛନ୍ତି । ଏହାର ଏକମାତ୍ର କାରଣ ହେଉଛି ବିଗତ 14 ବର୍ଷ ହେଲା ଏହି ନିର୍ବାଚନ ମଣ୍ଡଳୀର ସଚେତନ ଭୋଟର ମାନଙ୍କ ଦ୍ୱାରା ବିଧାୟକ ଭାବରେ ନିର୍ବାଚିତ ହୋଇ ଆସୁଥିବା ଜଣେ ନିଃସ୍ୱାର୍ଥପର , ଲୋକଙ୍କର ଅତି ପ୍ରିୟ ଜନନେତା ଶ୍ରୀ ସୁଶାନ୍ତ ସିଂ । କେବଳ ସମ୍ମର୍ଥକ ନୁହଁନ୍ତି , ତାଙ୍କର ରାଜନୈତିକ ବିରୋଧୀ ମାନେ ମଧ୍ୟ ଏକଥା ସ୍ୱୀକାର କରନ୍ତି । ବୋଧହୁଏ ଏହି କାରଣ ବଶତଃ ଭଟଲି ନିର୍ବାଚନ ମଣ୍ଡଳୀ ରେ ବିରୋଧୀ ଧୀରେ ଧୀରେ ନିଜର ଅସ୍ତିତ୍ବ ହରାଇବାରେ ଲାଗିଛନ୍ତି । କାରଣ ପ୍ରତେକ ମଣିଷ ବିକାଶ ଚାହେଁ । ପ୍ରତେକ ରାଜନୈତିକ କର୍ମୀ ଚାହାନ୍ତି ତାଙ୍କର ଅଞ୍ଚଳର ଉନ୍ନତି ହେଉ ।

ଆଜି ଭଟଲି ନୂଆଁପାଲି ଠାରେ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନ ରେ ଦଳ କିପରି ଭାବରେ ବିଗତ ନିର୍ବାଚନ ମାନଙ୍କ ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବ ଏବଂ ଦଳର ପ୍ରତ୍ୟେକ କର୍ମୀ ଏକତା ର ସହ ନିର୍ବାଚନ ମୈଦାନ ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ ସେ ବିଷୟରେ ଉପସ୍ଥିତ କାର୍ଯକର୍ତା ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପ୍ରଥମେ ଏହି ସମ୍ମିଳନୀରେ ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା । ଭଟଲି ବ୍ଲକ ରେ ବିଜେପି ର ଟାଣୁଆ ଯୁବନେତା ଶ୍ରୀ ସୁରଥ ସାହୁ ସମେତ , ବିଭିନ୍ନ ପାଞ୍ଚାୟତ ସ୍ତରର ପ୍ରାୟ 25 ରୁ ଅଧିକ ବିଜେପିର ତୁଙ୍ଗ ନେତା , ତାଙ୍କର ଶତାଧିକ ସମର୍ଥକଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏବଂ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କ ବଳିଷ୍ଠ ନେତୃତ୍ବରେ ପ୍ରଭାବିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ବିଜେଡ଼ି ବ୍ଲକ ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର, ଜିଲ୍ଲା ପରିଷଦ ଶ୍ରୀ ଈଶ୍ୱର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଶ୍ରୀମତୀ ଭାରତୀ ଭୂଏ, ସରପଂଚ ଶ୍ରୀମତୀ ସତ୍ୟବତୀ ସାହୁ ସମେତ ଅନେକ ସରପଂଚ ଥିବା ସହ ବିଜୁ ଯୁବ- ଛାତ୍ର ଜନତା ଦଳ ର ସଭାପତି ଏବଂ ଦଳୀୟ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜି ଦଳରେ ବିଧିବଦ୍ଧ ଭାବରେ ସାମିଲ ହୋଇଥିବା ସମସ୍ତ କାର୍ଯକର୍ତା ମାନଙ୍କୁ ଦଳକୁ ସ୍ୱାଗତ କରିବା ସହିତ , ପ୍ରତକ୍ଷ ଭାବରେ ତୃଣମୂଳ ସ୍ତରରେ ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କର୍ମୀ ସମ୍ମିଳନୀରେ ଭଟଲି ନିର୍ବାଚନ ମଣ୍ଡଳୀରେ ବିଗତ ଦିନରେ ହୋଇଥିବା ବିକାଶ ଓ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟ , ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟରେ ଜାରି ରହିଥିବା ବିକାଶ ଧାରା ର ବାର୍ତ୍ତା ତୃଣମୂଳ ସ୍ତରର ଶେଷ ବ୍ୟକ୍ତି ପର୍ଯନ୍ତ ପହଞ୍ଚାଇବା ପାଇଁ ନେତୃ ମଣ୍ଡଳୀ କାର୍ଯକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ।

0
0
0
s2sdefault