ହେଡଲାଇନସ୍:

ଚନ୍ଦ୍ରାୟନ-୩ ଓ ଆଦିତ୍ୟ-ଏଲ୧ ଅଭିଯାନରେ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଟ୍ୟୁଟ ଛାତ୍ରଙ୍କ ଚମତ୍କାରିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:ମହାକାଶ ଇତିହାସରେ ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ-ଏଲ୍୧ ର ସଫଳ ଅଭିଯାନ ଭାରତ ପାଇଁ ଅକଳ୍ପନୀୟ ଗୌରବ ଆଣିଥିବାବେଳେ ଏହି ମିଶନରେ ସାମିଲ ଥିବା ଓଡିଶାର ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚୁ୍ୟଟର ଛାତ୍ର ଦୀପକ କୁମାର ସାହୁ, ଶିବୁ ପୃଷ୍ଟି ଏବଂ ନିରଞ୍ଜନ ମହାରଣା ଉଭୟ ମିଶନର ଫଟୋଗ୍ରାଫି ଓ ଭିଡିଓଗ୍ରାଫି ସହାୟତା ପ୍ରଦାନ କରି ଓଡିଶା ପାଇଁ ଗୌରବ ଆଣିଛନ୍ତିା ଏହି ଫଟୋଗୁଡ଼ିକ ବିଶ୍ୱର ଅଗ୍ରଣୀ ମିଡିଆ ହାଉସରେ ପ୍ରକାଶିତ ହୋଇଥିଲା ଏବଂ ଏହାକୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଟ୍ୱିଟ୍ କରିବା ପାଇଁ ବ୍ୟବହାର କରିଥିଲୋ ଏ ସମସ୍ତ କାର୍ଯ୍ୟରେ ସହାୟତା ପ୍ରଦାନ ପାଇଁ ଇସ୍ରୋ ସହିତ ଚୁକ୍ତିନାମାରେ ଯୋଗ ଦେଇଥିବା ଏହି ଅନୁଷ୍ଠାନର ବିଷ୍ଣୁତ୍ରାଣ ପୃଥିପଦ, ଯଶୋବନ୍ତ ଆଚାର୍ଯ୍ୟ ଏବଂ ଅଚ୍ୟìତାନନ୍ଦ ନାହାକ ଏହି ମିଶନରେ ଅତ୍ୟନ୍ତ ବୃତ୍ତିଗତ ଭାବରେ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତିା
ବର୍ତ୍ତମାନ ଇସ୍ରୋର ବରିଷ୍ଠ ବୈଷୟିକ ସହାୟକ ଭାବ କାର୍ଯ୍ୟରତ ଏହି କୃତୀ ଛାତ୍ରମାନେ ଆଜି ପର୍ଯ୍ୟନ୍ତ ଅନେକ ରକେଟ୍ ମିଶନ୍ ପାଇଁ କାର୍ଯ୍ୟ କରିଛନ୍ତିା ସମ୍ପ୍ରତି ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ-ଏଲ୧ ମିଶନ୍ ପାଇଁ ସେମାନେ ସମସ୍ତ ଫଟୋଗ୍ରାଫିକ୍ ସହାୟତା ପ୍ରଦାନ କରିଛିନ୍ତିା ରକେଟ୍ ପର୍ଯ୍ୟାୟ ଏବଂ ଏକୀକରଣ କାର୍ଯ୍ୟକଳାପର ସମସ୍ତ ଭିଡିଓଗ୍ରାଫି କରିବା ସହିତ ବିଭିନ୍ନ ଷ୍ଟାଟିକ୍ ଟେଷ୍ଟ, ମୋଟର ଫାୟାରିଂ, ଚନ୍ଦ୍ରଯାନ -୩ ସାଟେଲାଇଟ୍ ଡ୍ରପ୍ ଟେଷ୍ଟ ଇତ୍ୟାଦିର ବୈଜ୍ଞାନିକ ବିଶ୍ଳେଷଣ ପାଇଁ ହାଇ ସ୍ପିଡ୍ ଫଟୋଗ୍ରାଫି, ମାନୁଆଲ୍ ଭିଡିଓ ଟ୍ରାକିଂ, ଫିକ୍ସଡ୍ କ୍ୟାମେରା ନେଟଓ୍ୱାର୍କ, ରିଲେ ପାଓ୍ୱାରରେ ଫାଇବର ଅପଟିକ୍ ନେଟଓ୍ୱାର୍କ ଆଦିରେ ଫଟୋ ଓ ଭିଡିଓଗ୍ରାଫି ସମ୍ପାଦନ କରିବା ସହିତ ଇସ୍ରୋ ମୁଖ୍ୟାଳୟ, ଦୂରଦର୍ଶନ ଏବଂ ସମସ୍ତ ମିଡିଆ ଚ୍ୟାନେଲମାନଙ୍କୁ ସହାୟକ ତଥ୍ୟ ଯୋଗାଇ ଦେଇଥିଲୋ ଦେଶର ସମସ୍ତ ବୈଜ୍ଞାନିକ ଏବଂ ମନ୍ତ୍ରୀମାନଙ୍କ ସହିତ ମିଶନ୍ କଣ୍ଟ୍ରୋଲ୍ ସେଣ୍ଟରରେ ଦିନିକିଆ ଭିଡିଓ କଭରେଜ୍ କରିବା ସହ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ମଧ୍ୟ କଭରେଜ କରିଥିଲୋ

0
0
0
s2sdefault