ହେଡଲାଇନସ୍:

ଦୁଇଦିନିଆ ଉଦ୍ୟାନ କୃଷି ଦକ୍ଷତା ବୃଦ୍ଧି ତାଲିମ କର୍ମ ଶିବିର ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୩।୯ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରାବରା ପଞ୍ଚାୟତ ସଭାଗୃହ ଠାରେ ଦୁଇ ଦିନ ଧରି ଚାଲିଥିବା ଦକ୍ଷତା ବୃଦ୍ଧି ଉଦ୍ୟାନ କୃଷି ତାଲିମ କର୍ମଶାଳା ଶିବିର ବୁଧବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ଉଦ୍ୟାନ କୃଷି ମାଧ୍ୟମରେ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ କରିବା ପାଇଁ ଛତୁ ଓ ଫୁଲ ଚାଷର ପ୍ରଣାଳୀ ଦୁଇଦିନିଆ ତାଲିମ ଶିବିରରେ ୩୬ ଗୋଟି ଗ୍ରାମପଞ୍ଚାୟତରୁ ଆସିଥିବା ବିଭିନ୍ନ ମହିଳା ଗୋଷ୍ଠୀର ସଭାପତି ଓ ସମ୍ପାଦକଙ୍କ ସହିତ ସାମୂହିକ ଭାବେ ଚାଷ ସମ୍ପର୍କରେ ସୂଚନା ପ୍ରଦାନ କରିଯାଇଥିଲା ଏବଂ ଏହି ଚାଷ କରିବା ପାଇଁ ସରକାରୀ ଆର୍ଥିକ ପ୍ରୋତ୍ସାହନ ସହିତ ଋଣ ଓ ଋଣ ରିହାତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଏଥି ସହିତ ମହିଳାମାନଙ୍କୁ ଛତୁ ଓ ଫୁଲ ଚାଷ ସମ୍ପର୍କରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧିମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ବୁଧବାର ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ସହିତ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ, ଚିନ୍ମୟୀ ଦାସ,ବିରଜାଲକ୍ଷ୍ମୀ ସାହୁ, ସଂଯୁକ୍ତା ପଡିଆରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ନୟାଗଡ଼ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଲଳିତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ୨ ଦିନିଆ ଶିବୀରକୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଜିତ କୁମାର ନାୟକ ପରିଚାଳନା କରିଥିଲେ। ସୂଚନା ଥାଉ କି କାର୍ଯ୍ୟକ୍ରମର ୧ମ ଦିନ ଓଡ଼ଗାଁ ବ୍ଲକ ରଣପୁର ନିର୍ବାଚନମଣ୍ଡଳୀ ୧୮ ଗୋଟି ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବେଳେ ବୁଧବାର ଦିନ ନୟାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୮ ପଞ୍ଚାୟତର ମିଶନ ଶକ୍ତି ମା' ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

0
0
0
s2sdefault