ହେଡଲାଇନସ୍:

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା):- ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ବୃଦ୍ଧବ୍ୟକ୍ତି ତଥା ଦିବ୍ୟାଙ୍ଗ ଙ୍କ ପାଇଁ ଏକ ହୁଇଲ ଚେୟାର ରେଲୱେ ଷ୍ଟେସନର ମହାପ୍ରବନ୍ଧକ ପ୍ରଭାସ ଦାଶଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଟିକେଟ ନୀରିକ୍ଷକ ମାନିକଲାଲ ମହାପାତ୍ର, ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତିମା ସାହୁ, ଉପାଧ୍ୟକ୍ଷ ଗ୍ରେସୀ ଡେଭିଡ,ରୂପେଶ ଅଗ୍ରୱାଲ,ଅଭିଷେକ ସିଂହ, ବିଜୟ ସୁନ୍ଦରରାୟ, ବିଶ୍ବଜିତ ରାଉତ, ବିଶ୍ବଭୂଷଣ ମହାପାତ୍ର, ଜିତେନ ମହାନ୍ତି,ଲକ୍ଷ୍ମୀ, ଅଶୋକ ଦକ୍ଷିଣ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟେସନ ମହାପ୍ରବନ୍ଧକ ଶ୍ରୀ ଦାଶ ଅନୁଷ୍ଠାନର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ, ସାମାଜିକ ପ୍ରତିବଦ୍ଧତା ଓ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିବ ବୋଲି ମତ ରଖିଥିଲେ ।

0
0
0
s2sdefault