ହେଡଲାଇନସ୍:

ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ବିଦ୍ୟାଳୟରେ ପାଠପଢ଼ା ଠପ୍

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବିଦ୍ୟାଳୟ ଛାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପ୍ରାଥମିକ ଶିକ୍ଷକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ନିଜର ତିନି ଦଫା ଦାବି ପୂରଣ ପାଇଁ ପ୍ରାଥମିକ ଶିକ୍ଷକମାନେ ବାରମ୍ବାର ସରକାରଙ୍କୁ ଅନୁରୋଧ କରି ବିଫଳ ହେବା ପରେ ଆଜି ସାରା ରାଜ୍ୟର ପ୍ରାଥମିକ ଶିକ୍ଷକମାନେ ସମୁହ ଛୁଟି ଭଳି ଚରମ ନିଷ୍ପତି ଗ୍ରହଣ କରିଛନ୍ତି Iଆଜି ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ର ଆହ୍ୱାନ କ୍ରମେ ସମଗ୍ର ରାଜ୍ୟର ପ୍ରାଥମିକ ଶିକ୍ଷକମାନେ ବିଦ୍ୟାଳୟରେ ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ବ୍ଲକ୍ ରେ ମଧ୍ୟ ଶିକ୍ଷାଦାନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି Iବେଲଗୁଣ୍ଠା ବ୍ଳକ୍ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସାମୂହିକ ଛୁଟିରେ ବିଦ୍ୟାଳୟ ଛାଡ଼ି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ I ରାଜ୍ୟ ସରକାର ସେମାନଙ୍କ ତିନି ଦଫା ଦାବି ତଥା କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା, ଛଅ ବର୍ଷର ଶିକ୍ଷା ସହାୟକ ସମୟକୁ ମୂଳ ଚାକିରିରେ ଗଣନା କରିବା, ଗ୍ରେଡ୍ ପେ ବୃଦ୍ଧିକରି କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପୁରୁଣା ପେନସନ୍ ଲାଗୁ, ଏକ୍ସ କ୍ୟାଡର୍ ଭୁକ୍ତ ଶିକ୍ଷକଙ୍କୁ କ୍ୟାଡର୍ ଭୁକ୍ତ କରିବା, କଳାକ୍ରୀଡା଼ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପାଇଁ ସମୂହ ଧାରଣା ଦେଇ ସରକାରଙ୍କୁ ଅନୁରୋଧ କରିଛନ୍ତି I ବ୍ଳକ୍ ର ସମସ୍ତ ବର୍ଗର ପ୍ରଥମିକ ଶିକ୍ଷକ ଶିକ୍ଷୟିତ୍ରୀ,କଳାକ୍ରୀଡା ଶିକ୍ଷକ ଏବଂ ଏକ୍ସ୍ କ୍ୟାଡର୍ ଭୁକ୍ତ ଶିକ୍ଷକ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗ ଦେଇଛନ୍ତି I ଅନ୍ୟପଟେ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢା ଏବଂ ମଧ୍ୟାହ୍ନଭୋଜନ କ୍ଷେତ୍ରରେ ଅବ୍ୟବସ୍ଥା ସୃ୍ଷ୍ଟି ହୋଇଛି I ସରକାର ଗତ ବର୍ଷ ଠାରୁ ସମସ୍ତ ବିଭାଗରେ ଠିକା ପ୍ରଥା ଉଚ୍ଛେଦ କରିଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ କ୍ଷୋଭ ପ୍ରକାଶ କରିଥିଲେ I ସରକାର ସେମାନଙ୍କ ଦାବି ସମୂହକୁ ପୂରଣ ନକଲା ପର୍ଯ୍ୟନ୍ତ ଶିକ୍ଷକ ମାନେ ବିଦ୍ୟାଳୟକୁ ଯିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି I ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ର ସଭାପତି ବସନ୍ତ ଜେନା, ଯୁଗ୍ମ ସଂପାଦକ ନିକୁଞ୍ଜ ନାୟକ ,ଜିଲ୍ଳା ସଂଗଠକ ସମୀର୍ ଜେନା, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ସମ୍ପାଦକ ମନୋରଞ୍ଜନ ବିଷୋୟୀଙ୍କ ତତ୍ତ୍ୱାବଧାନରେ ବ୍ଳକ୍ ର 400 ରୁ ଊର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଧାରଣାରେ ଉପସ୍ଥିତ ଥିଲେ I

0
0
0
s2sdefault